ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ପାଇଁ ରାସ୍ତାରୋକ

ଭବାନୀପାଟଣା: ଆଜି ଜୁନାଗଡ଼ ବ୍ଲକ୍ ଚାରବାହଲ ମଣ୍ଡି ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ନିକଟସ୍ଥ କଲୋପଲା ଗାଁର ଈଶ୍ୱରୀ ସିଂ (୫୫) ବୋଲି ଜଣାପଡିଛି। ଦୁର୍ଘଟଣାରେ ଗୁରୁତର ଆହତ ଇଶ୍ୱରୀଙ୍କ ସ୍ତ୍ରୀ ସବ୍ୟାରଣୀ ସିଂଙ୍କୁ ପ୍ରଥମେ ଜୁନାଗଡ଼ ଏବଂ ପରେ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ଫେରାର ଥିବା ବେଳେ ଅନ୍ୟଜଣେ ଆହତ ହେଇଥିବା ଜଣାପଡିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସମ୍ପର୍କିୟମାନେ ଘଟଣାସ୍ଥଳରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ୨୬ ନମ୍ୱର୍ ଜାତୀୟ ରାଜପଥରେ ଜୟପୁର ଭବାନୀପାଟଣା ଏବଂ ମୁଖିଗୁଡାରୁ ଭବାନୀପାଟଣା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ଏ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Comments are closed.