www.samajalive.in
Thursday, December 11, 2025
26.1 C
Bhubaneswar

ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

ପୁରୀ: ସୋମବାର ଧନୁ ସଂକ୍ରାନ୍ତିରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ୨୪ ପ୍ରକାର ପିଠା ଓ ମିଠା ଭୋଗ କରାଯାଇଛି। କୋଠଭୋଗ ସୁଆରମାନେ ବିରି, ଗହମ ଚୁନା, ଚାଉଳ ଚୁନା, ଗୁଡ଼ ଏବଂ ଶୁଦ୍ଧ ଘିଅରେ ସେସବୁ ପ୍ରସ୍ତୁତ କରିଥିଲେ। ରାତି ୨ଟା ୫୫ରେ ଶ୍ରୀ ମନ୍ଦିର ଦୁଆର ଫିଟା ଯାଇଥିଲା। ପ୍ରଭୁଙ୍କୁ ମଙ୍ଗଳ ଆଳତି, ମଇଲମ୍, ଅବକାଶ, ବେଶ ସମେତ ରୋଷ ହୋମ, ତଡ଼ପ ଲାଗି, ସୂର୍ଯ୍ୟପୂଜା ଏବଂ ଦ୍ବାରପାଳ ପୂଜା କରାଯାଇଥିଲା।

ସକାଳ ୭ରେ ଗୋପାଳ ବଲ୍ଲଭ ଓ ପହିଲି ଭୋଗ କରାଯାଇଥିଲା। ଏହାଛଡ଼ା ଧନୁ ମୁଆଁ ଅର୍ପଣ କରାଯାଇଥିଲା। ପହିଲି ଭୋଗରେ ମହାପ୍ରଭୁଙ୍କୁ ଝିଲି, କାକରା, ମୁଗେଇ, ଗଇଁଣ୍ଠା, ବଡ଼ି, ନଳୀ, ଟିକିଲି, ଚଢ଼େଇ ନେଦା, ମାଣ୍ଡି, ଅମାଲୁ, ଖଇର ଚୂଳ, ଏଣ୍ଡୁରି, ଲଡୁ ଆଦି ଭୋଗ କରାଯାଇଛି। ଏହାଛଡ଼ା ସକାଳ ୮ଟା ୪୦ରେ ସକାଳ ଧୂପ, ୧୧ଟା ୫୫ରେ ଭୋଗ ମଣ୍ଡପ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ବାପ ଘରକୁ ଯାଇଥିବାରୁ ମା’ ଯଶୋଦା ପ୍ରତ୍ୟୁଷରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ପିଠା ଓ ମିଠା ପ୍ରସ୍ତୁତ କରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଖାଇବାକୁ ଦେଇଛନ୍ତି।

- Advertisement -

ପୁଷ ମାସରେ ମହାଲକ୍ଷ୍ମୀ ପୁଷ ଭାର ନେଇ ଶ୍ରୀମନ୍ଦିରକୁ ଫେରିବେ। ଆଗାମୀ ୧୩ ତାରିଖ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଠାକୁରଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ସୂର୍ଯ୍ୟୋଦୟ ପୂର୍ବରୁ ପ୍ରଭୁଙ୍କୁ ପହିଲି ଭୋଗ କରାଯିବା ବିଧି ରହିଛି। ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories