www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଥମ ଟି୨୦ ଜିତିଲା ବାଂଲାଦେଶ

କିଙ୍ଗଷ୍ଟନ: ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରବିବାର ରାତିରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ବାଂଲାଦେଶ। ଏହି ରୋମାଞ୍ଚକର ମ୍ୟାଚ୍‌କୁ ୭ ରନ୍‌ରେ ଜିତି ୩ ମ୍ୟାଚ୍‌ର ଶୃଙ୍ଖଳାରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି। ଏହି କମ୍ ସ୍କୋର୍‌ର ମ୍ୟାଚ୍‌ରେ ବାଂଲାଦେଶ ୬ ୱିକେଟ୍‌ରେ ୧୪୭ ରନ୍‌ କରିଥିଲା। ପରେ ଗୋଟିଏ ବଲ୍‌ ବାକିଥାଇ ୧୪୦ ରନ୍‌କରି ୱେଷ୍ଟଇଣ୍ଡିଜ୍ ଅଲ୍‌ଆଉଟ୍‌ ହୋଇ ଯାଇଥିଲା।

ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ଫିଲ୍‌ଡିଂ କରିଥିଲା। ମାତ୍ର ୩୦ ରନ୍‌ରେ ବାଂଲାଦେଶ ୩ଟି ୱିକେଟ୍‌ ହରାଇଥିଲା। ସୌମ୍ୟ ସରକାର ୩୨ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ସର୍ବାଧିକ ୪୩ ରନ୍‌ କରିଥିଲେ। ଜାକିର ଅଲୀ ୨୭ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌ କରିଥିଲେ। ସମିମ୍ ହୋସେନ୍ ୧୩ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌ କରିଥିଲେ। ମେହ୍‌ଦି ହାସନ୍ ୨୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ଘରୋଇ ଦଳର ଆକିଲ ହୋସେନ୍ ଓ ଓବେଡ୍‌ ମ୍ୟାକ୍‌କୟ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୪୭ ରନ୍‌ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍‌ ମାତ୍ର ୩୮ ରନ୍‌ରେ ୫ଟି ଏବଂ ୬୧ ରନ୍‌ରେ ୭ଟି ୱିକେଟ୍‌ ହରାଇଥିଲା। ଓପ୍‌ନର ଜନ୍‌ସନ ଚାର୍ଲସ ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌ କରିଥିଲେ।

- Advertisement -

ଅଧିନାୟକ ରୋଭ୍‌ମ୍ୟାନ୍ ପୱେଲ୍‌ ଓ ରୋମାରିଓ ସେଫର୍ଡ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଦୁହେଁ ୮ମ ୱିକେଟ୍‌ ପାଇଁ ୬୭ ରନ୍‌ ଯୋଗ କରିଥିଲେ। ସେଫର୍ଡ ୧୭ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍‌ କରିଥିଲେ। ରୋଭ୍‌ମ୍ୟାନ୍ ପୱେଲ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୩୫ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୬୦ ରନ୍‌ କରିଥିଲେ। ଅଫ୍‌ସ୍ପିନର ମେହ୍‌ଦି ହାସନ୍‌ ୪ଟି ଏବଂ ଦୁଇ ପେସ୍‌ ବୋଲର ହାସନ୍ ମାହ୍‌ମୁଦ ଓ ତାସ୍କିନ୍ ଅହମ୍ମଦ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories