ସବୁଜ ବିଦ୍ୟୁତ୍ ଉତ୍ପାଦନେଇ ବୈଜ୍ଞାନିକଙ୍କ ନୂଆ ମାର୍ଗ, ବିନା ଖର୍ଚ୍ଚରେ ପିଆଜ ଚୋପାରୁ ଉତ୍ପାଦିତ ହୋଇପାରିବ ବିଦ୍ୟୁତ୍
ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚୁଟ ଅଫ ଟେକ୍ନୋଲୋଜି(ଆଇଆ ଆଇଟି) ଖଡ଼ଗପୁର ବୈଜ୍ଞାନିକମାନେ ପିଆଜ ଚୋପାରୁ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି । ସେମାନେ ପିଆଜ ଚୋପାରୁ ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଯାହା ସବୁଜ ବିଦ୍ୟୁତ୍ ଉତ୍ପାଦନ କରିବାପାରିବ ବୋଲି ପ୍ରକାଶ କରିଛନ୍ତି।
ପିଆଜ ଚୋପାରୁ ବିଦ୍ୟୁତ୍ ଉତ୍ପାଦନ ବିନା ଖର୍ଚ୍ଚରେ ହୋଇପାରିବ ବୋଲି ସେମାନେ ଦାବି କରିଛନ୍ତି। ମଣିଷ ଶରୀରର ଗତିବିଧିକୁ ଆଧାର କରି ଏହି ସବୁଜ ଶକ୍ତିର ଉତ୍ପାଦନ କରାଯାଇ ପାରିବ। ଏହି ବିଦ୍ୟୁତ୍ ପେସ୍ମେକର୍, ସ୍ମାର୍ଟ ପିଲ୍ ଏବଂ ପରିଧାଯୋଗ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣକୁ ଶକ୍ତି ଯୋଗାଇ ପାରିବ । ଏହି ବିଷ ବିହୀନ ଉପକରଣ ପରିବେଶ ଉପଯୋଗୀ ହୋଇଥିବାରୁ କାମ କରୁଥିବା ବେଳେ ଅବା ନଷ୍ଟ ହେଲେ ସୁଦ୍ଧା ପରିବେଶ ଉପରେ ଏହାର କୌଣସି ନକାରାତ୍ମକ ପ୍ରଭାବ ପଡ଼ି ନ ଥାଏ ।
ପିଆଜ ଚୋପାରେ ମହଜୁଦ ପିଏଜୋଇଲେକ୍ଟ୍ରିକ୍ ଉପାଦାନ ନିତିଦିନିଆ ଯାନ୍ତ୍ରିକ ଗତି (ମେକାନିକାଲ୍ ମୋଶନ୍)କୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାର କ୍ଷମତା ରଖୁଥାଏ। ପିଆଜ ଚୋପାର ଏହି ଗୁଣକୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ନେଇ ବୈଜ୍ଞାନିକମାନଙ୍କୁ ଏକ ନୂଆ ମାର୍ଗ ଦେଖାଇଛି। ଏପରି କି ସାଧାରଣ ଲୋକଟିଏ ମଧ୍ୟ ଏହି ଉପକରଣର ବ୍ୟବହାର କରି ଘରେ ବୁଦ୍ୟତ୍ ଉତ୍ପାଦନ କରିପାରିବ ବୋଲି ଆଇଆଇଟି ଖଡ଼ଗ୍ପୁରର ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।
Comments are closed.