www.samajalive.in
Sunday, December 7, 2025
26.1 C
Bhubaneswar

୪୮ ଜଣ ପାଇବେ ଜୀବନ ରକ୍ଷା ପଦକ ପୁରସ୍କାର

ନୂଆଦିଲ୍ଲୀ: ୨୦୧୮ ପାଇଁ ୪୮ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ପ୍ରଦାନ ନିମନ୍ତେ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣଙ୍କୁ ସର୍ବୋତମ ଜୀବନ ରକ୍ଷା ପଦକ, ୧୫ ଜଣଙ୍କୁ ଉତ୍ତମ ଜୀବନ ରକ୍ଷା ପଦକ ଏବଂ ୨୫ ଜଣଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରେ ୮ ଜଣଙ୍କୁ ମରଣୋତର ଭାବେ ପୁରସ୍କାର ପ୍ରଦାନ ପାଇଁ ସୁପାରିସ କରାଯାଇଛି। ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତର ଭାବେ ସର୍ବୋତମ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଜୀବନ ରକ୍ଷା ପଦକ ସିରିଜର ପୁରସ୍କାର ପ୍ରଦାନ କରାଯାଏ । ତିନୋଟି ଶ୍ରେଣୀରେ ସର୍ବୋତମ ଜୀବନ ରକ୍ଷା ପଦକ, ଉତ୍ତମ ଜୀବନ ରକ୍ଷା ପଦକ ଏବଂ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଏ ।  ଏହି ପୁରସ୍କାରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦସ୍ତଖତ ଥିବା ପଦକ, ପ୍ରମାଣପତ୍ର ସହ କିଛି ଅର୍ଥ ପୁରସ୍କାର କେନ୍ଦ୍ର ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories