ଆଖଣ୍ଡଳମଣିଙ୍କ ମନ୍ଦିରରେ ଗୀତା ଜୟନ୍ତୀ, ସହସ୍ରାଧିକ ଭକ୍ତଙ୍କ ସମାଗମ
ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଧିନ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ସେବାୟତ ସଂଘ ଦ୍ବାରା ବିଶ୍ୱକଲ୍ଯାଣ ଉଦ୍ଦେଶ୍ୟରେ ପବିତ୍ର ଗୀତା ଜୟନ୍ତୀ ଉପଲକ୍ଷେ ଆୟୋଜିତ ସପ୍ତଦିବସ ବ୍ୟାପି ବିଶ୍ୱଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞର ୪ର୍ଥ ଦିବସରେ ରୀତିନୀତି ଅନୁଯାୟୀ ଯଜ୍ଞ ଅନୁଷ୍ଠିତ ହେବା ସହ ସଂଧ୍ଯାରେ ମା ଜଗଦ୍ଧାତ୍ରୀ ବିଶ୍ୱ ସଂସ୍କୃତି ସୁରକ୍ଷା ସଂସ୍ଥାନ ଟ୍ରଷ୍ଟ ପ୍ରତିଷ୍ଠାତା ପଣ୍ଡିତ ସଞ୍ଜୟ ପାଢୀଶର୍ମାଙ୍କ ତତ୍ତ୍ୱାବଧାନରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଗତ ଗୁରୁବାର ରାମକୃଷ୍ଣ ଦାଶକାଠିଆ ସଙ୍ଘ ଦ୍ବାରା ଦାଶକାଠିଆ ପରିବେଷଣ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଥିବା ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଉକ୍ତ ସାଂସ୍କୃତିକାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରି ଥିଲେ।
Comments are closed.