ବସ ଷ୍ଟାଣ୍ଡରେ ସ୍କୁଟି ରଖି ଯାଇଥିଲେ କିଣିବାକୁ ମିଠା, ଦୁର୍ବୃତ୍ତ ଡିକି ଭାଙ୍ଗି ଲୁଟିନେଲେ ୪୯ହଜାର ୯ଶହ ଟଙ୍କା
ସିମୁଳିଆ: ମାର୍କୋଣା ବସ ଷ୍ଟାଣ୍ଡ ବଜାର ନିକଟରେ ମହିଳାଙ୍କ ଗାଡି ଡ଼ିକି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟିନେବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତର ଆନନ୍ଦପୁର ଗ୍ରାମର ଗୋପାଳ ଦାସଙ୍କ ସ୍ତ୍ରୀ ସୁଚିସ୍ମିତା ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ମାର୍କୋଣା ଷ୍ଟେଟବ୍ୟାଙ୍କରୁ ୪୯ହଜାର ୯ଶହ ଟଙ୍କା ଉଠାଣ କରି ନିଜ ସ୍କୁଟିରେ ରଖି ମାର୍କୋଣା ବସ ଷ୍ଟାଣ୍ଡରେ ଥିବା ଏକ ମିଠା ଦୋକାନକୁ ମିଠା କିଣିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ସ୍କୁଟିର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସେହି ଟଙ୍କା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ । ଅନ୍ୟ ଉପାୟ କିଛି ନ ପାଇ ସୁଚିସ୍ମିତା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
Comments are closed.