www.samajalive.in
Tuesday, December 9, 2025
23.1 C
Bhubaneswar

ଭୁବନେଶ୍ବରରେ ରାହୁଲ

ଭୁବନେଶ୍ବର : ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏକ ସ୍ୱତନ୍ତ୍ର ବିମାନରେ ଯୋଗେ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛନ୍ତି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ରାହୁଳ ପ୍ରଥମ ଥର ପାଇଁ ଓଡିଶା ଦିନିକିଆ ଗସ୍ତରେ ଆସିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ଚିରଂଜୀବ ବିଶ୍ୱାଳ, ଭକ୍ତ ଦାସ, ପ୍ରଦୀପ ମାଝି ଆଦି ଉପସ୍ଥିତ ରହି ରାଜ୍ୟ କଂଗ୍ରେସ ତରଫରୁ ରାହୁଳଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରଠାରୁ ପାଇକଆଖଡ଼ା ଓ ମଟର ସାଇକଲ ଶୋଭାଯାତ୍ରାରେ ରାହୁଲ ସିଧା ହୋଟେଲ ମେ ଫେୟାର ବାହାରିଛନ୍ତି । ‘ସମାଜ’ ପକ୍ଷରୁ ହୋଟେଲ ମେ ଫେୟାରରେ ଆୟୋଜିତ ହୋଇଥିବା ଟାଉନ୍‌ ହଲ୍‌ କାର୍ୟ୍ୟକ୍ରମରେ ଯୋଗଦେବେ । ଚଳିତ ବର୍ଷ ‘ସମାଜ’ ୧୦୦ ବର୍ଷ ପୂରଣ କରୁଥିବା ଦୃଷ୍ଟିରୁ ଭାରତର ପୁନଃ ପରିକଳ୍ପନାରେ ଓଡ଼ିଶା କିଭଳି ପଥ ପ୍ରଦର୍ଶକ ହୋଇପାରିବ ସେ ନେଇ ଆୟୋଜିତ କାର୍ୟ୍ୟକ୍ରମରେ ବୃଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତି, ଛାତ୍ର ଓ ଯୁବବର୍ଗଙ୍କ ସହ ଏକ ସ୍ବତନ୍ତ୍ର ବୈଠକରେ ଯୋଗଦେବେ । ସେଠାରେ ସେ  ବୁଦ୍ଧିଜୀବିଙ୍କ ସହିତ ଆଲୋଚନା କରିବେ । ପରେ ପରେ ୨ଟା ୩୦ ରେ ଖୋର୍ଦ୍ଧା ତମୋଣ୍ଡୋ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର ରହିଛି । ଏହା ବାଦ୍‌ ସେ ହାଲ୍‌ ଓ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରିବେ ବୋଲି ପ୍ରଭାରୀ ସୂଚନା ଦେଇଛନ୍ତି ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories