www.samajalive.in
Sunday, December 7, 2025
14.1 C
Bhubaneswar

ଏନଏଲସି ବିସ୍ଥାପିତଙ୍କୁ ମିଳୁନି ଥଇଥାନ ସୁବିଧା :ଜିଲ୍ଲାପାଳଙ୍କ ଠାରେ ଫେରାଦ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତରେ ଥିବା କେନ୍ଦ୍ର ସରକାରଙ୍କ ନବରତ୍ନ ଉଦ୍ୟୋଗ ଏନ୍ ଏଲ୍ ସି କୋଇଲା ଖଣି ତଲାବିରା (୨) ଓ(୩) ଖଣି ପାଇଁ ଜମି ଓ ଘରବାଡି ହରାଇ ଥିବା ଅନେକ ପରିବାରକୁ ଏପର୍ଯ୍ୟନ୍ତ ପୁନର୍ବାସ ଓ ଥଇଥାନ ସୁବିଧା ମିଳିନାହିଁ। ଜମି ଓ ଘରର କ୍ଷତିପୂରଣ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ପୁନର୍ବାସ ଥଇଥାନ ଆଇନ ଅନୁସାରେ କୌଣସି ସୁବିଧା କମ୍ପାନୀ ଦେଇ ନଥିବାର ଅଭିଯୋଗ କରି ତଲାବିରା ଗ୍ରାମ ର ବିସ୍ଥାପିତ ପରିବାରର ଏକ ପ୍ରତିନିଧିଦଳ ଜିଲ୍ଲାପାଳଙ୍କ ଠାରେ ପୁନର୍ବାସ ଓ ଥଇଥାନ ସୁବିଧା ଦାବୀ କରିଛନ୍ତି। ଦୀର୍ଘ ବର୍ଷ ହେଲା କମ୍ପାନୀ କୋଇଲା ଖନନ ଓ ପରିବହନ କରି ଅଜସ୍ର ଟଙ୍କା ମୁନାଫା କରୁଥିବା ବେଳେ ଖଣି ପାଇଁ ଭିଟାମାଟି ହରାଇ ବିସ୍ଥାପିତ ହୋଇ ଥିବା ପରିବାର ବର୍ଗଙ୍କୁ ପୁନର୍ବାସ ଥଇଥାନ ଆଇନ୍ ଅନୁସାରେ ଆବଶ୍ୟକ ସୁବିଧା ଯୋଗାଇ ଦେଉ ନଥିବାରୁ ବିସ୍ଥାପିତ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବୀ କରାଯିବା ସହିତ ଅନେକ ଥର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇ ଥିଲେ ମଧ୍ୟ ବିସ୍ଥାପିତ ପରିବାରବର୍ଗଙ୍କୁ ନ୍ୟାୟ ମିଳୁନାହିଁ।

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories