www.samajalive.in
Saturday, December 6, 2025
16.1 C
Bhubaneswar

ଉପଜିଲ୍ଲାପାଳ ଜବତ କଲେ ୨ଟି ପଥର ବୋଝେଇ ଟ୍ରକ

ଆଠଗଡ :  ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଯୋଗୁଁ ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର ଦ୍ବାରା ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ବିଜେଡି ସରକାର ପ୍ରାୟ ଦେଢବର୍ଷ ତଳେ ଲଘୁ ଖଣିଜ ସମ୍ପଦର ନିଲାମ ଓ ଚୋରା କାରବାର ରୋକିବା ଦାୟିତ୍ବ ରାଜସ୍ବ ବିଭାଗ ହାତରୁ ନେଇ ଖଣିଜ ବିଭାଗକୁ ଦେବା ପରେ ଲଘୁ ଖଣିଜ ସମ୍ପଦର ବେଧଡ଼କ ଚୋରା କାରବାର ହୋଇଚାଲିଛି । ଖଣିଜ ମାଫିଆଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ।  ଆଠଗଡ-ମୁଣ୍ଡଳି ରାସ୍ତାର ମେଘା ଜଙ୍ଗଲ ନିକଟରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଦୁଇଟି ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରିଛନ୍ତି । ସଂପୃକ୍ତ ଦୁଇଟିଯାକ ଟ୍ରକ୍ ପଥର ଚାଲାଣ ସମ୍ପର୍କିତ ଜାଲ କାଗଜପତ୍ର ଦେଖାଇଥିଲେ । ଉପଜିଲ୍ଲାପାଳ ଶ୍ରୀ ଶର୍ମା ଆଠଗଡ ପୁଲିସ ସହାୟତାରେ ଜବତ ଟ୍ରକ ଦୁଇଟିକୁ ତାଙ୍କ କାର୍ଯ୍ୟାଳୟକୁ ଆଣିଥିଲେ । ଜବତ ଟ୍ରକ ଦୁଇଟିକୁ ଖଣିଜ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏବଂ ମୋଟା ଅଙ୍କର ଜରିମାନା ଆଦାୟ ପରେ ଟ୍ରକ ଗୁଡିକୁ ଛାଡି ଦିଆଯାଇଥିବା ଜଣାପଡିଛି । ଆଠଗଡ ଅଞ୍ଚଳରେ ନିୟମିତ ଚଢାଉ କରି ଚୋରା ଲଘୁ ଖଣିଜ ସାମଗ୍ରୀର ଚୋରାଚାଲାଣ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଶର୍ମା କହିଛନ୍ତି । ବର୍ତ୍ତମାନର ବିଜେପି ସରକାର ପୂର୍ବ ସରକାରଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ପୁନଃ ରାଜସ୍ବ ବିଭାଗକୁ ଏହି ଦାୟିତ୍ବ ଅର୍ପଣ କରିବାକୁ ଦାବି ହେଉଛି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories