୧୦ ଫୁଟର ଅଜଗର ଉଦ୍ଧାର

ଫୁଲବାଣୀ: ଫୁଲବାଣୀ ଫିସିରି କଲୋନୀ ଅଞ୍ଚଳରୁ ଏକ ୧୦ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ଶନିବାର ରାତି ପ୍ରାୟ ୯ଟା ସମୟରେ ସାପଟି ବୁଲୁଥିବା କନ୍ଧମାଳ ସ୍ନେକ ହେଲ୍ପଲାଇନକୁ ଖବର ଆସିଥିଲା ଖବର ପାଇବା ସଙ୍ଗେସଙ୍ଗେ ସ୍ନେକ ହେଲ୍ପଲାଇନ ସଦସ୍ୟ ଜଗନ୍ନାଥ, ଅବିନାଶ ଏବଂ ଫୁଲବାଣୀ ରେଞ୍ଜର ଶିବାନନ୍ଦ ଲେଙ୍କା ସହଯୋଗୀ ସିମାଞ୍ଚଳ ନାୟକ ପ୍ରମୁଖ ସେଠାରେ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ପରେ ଫୁଲବାଣୀ ରେଞ୍ଜ ଅଫିସରେ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ ଜଙ୍ଗଲରେ ଛଡ଼ାଯାଇଛି।

Comments are closed.