www.samajalive.in
Monday, December 8, 2025
20.1 C
Bhubaneswar

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ଦୃଢ଼ ପ୍ରତିବାଦ

ଫୁଲବାଣୀ: ବାଂଲାଦେଶରେ ହିନ୍ଦୁ ମନ୍ଦିର, ହିନ୍ଦୁ ସମାଜ ଓ ହିନ୍ଦୁ ସଂସ୍କୃତିକୁ ଆକ୍ରମଣ କରି ହିନ୍ଦୁଧର୍ମକୁ ଲୋପ କରିବା ପାଇଁ ଏକ ପ୍ରକାର ଷଡ଼ଯନ୍ତ୍ର ଚାଲିଛି। ସେଠାରେ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରାଯିବା ସହିତ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ଇସ୍କନ ଭକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉଛି। ଏହାର ଦୃଢ଼ ପ୍ରତିବାଦ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ। ହିନ୍ଦୁମାନଙ୍କୁ ତୁରନ୍ତ ସୁରକ୍ଷା ଦେବା ଦାବିରେ ଫୁଲବାଣୀଠାରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଶୁକ୍ରବାର ଏକ ବିଶାଳ ସମାମେଶ ସହିତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଦିକୁନ୍ଦା ଛକସ୍ଥିତ ଦଧିବାମନ ମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରିଥିଲା। ଶହ ଶହ ସଂଖ୍ୟାରେ ସଦସ୍ୟ ସାମିଲ୍‌ ହୋଇ ବିଭିନ୍ନ ପ୍ରକାର ସ୍ଳୋଗାନ ଦେଇ ଶୋଭାଯାତ୍ରାରେ ଯାଇ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ​‌ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରିୟନାଥ ସର୍ମା, ପ୍ରିୟ ରଂଜନ ଚୌଧୁରୀ, ଲକ୍ଷ୍ମୀକାନ୍ତ ଗଣ୍ଡା, ରବି ପାତ୍ର, ଶିବା ପାତ୍ର, ପରେଶ ମହାପାତ୍ର ପ୍ରମୁଖ ହିନ୍ଦୁଙ୍କ ପ୍ରତି ଅତ୍ୟାଚାରକୁ ନିନ୍ଦା କରିଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରାଯାଇଥିଲା। ଶୋଭାଯାତ୍ରାରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories