www.samajalive.in
Monday, December 8, 2025
13.1 C
Bhubaneswar

ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦେଇ ଯାଇଥିବା ରେଳ ଲାଇନର ଗୋଡଭଗା-ଚକୁଳି ଫାର୍ମ ମଝିରେ ଜଣେ ମହିଳା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ସମ୍ବଲପୁରରୁ ଟିଟିଲାଗଡ଼ ଯାଉଥିବା ଏକ ମାଲଗାଡ଼ି ଆଗକୁ ମହିଳା ଜଣଙ୍କ ଡେଇଁ ପଡ଼ିବାରୁ କଟିଯାଇ ପ୍ରାଣ ହରାଇଛନ୍ତି। ମୃତା ମହିଳା ଜଣକ ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମର ଉପେନ୍ଦ୍ର ନାଗଙ୍କ ସ୍ତ୍ରୀ କାନ୍ତି ନାଗ(୩୪) ବୋଲି ଜଣାପଡିଛି। ଗୋଡ଼ଭଗା  ଷ୍ଟେସନ ମାଷ୍ଟର ଏ ନେଇ ସମ୍ବଲପୁର ରେଲୱେ ପୁଲିସକୁ ଖବର ଦେବା ପରେ ଅପରାହ୍ନ ୧ ଟାରେ ପୁଲିସ ମୃତଦେହ ଜବତ କରିଥିଲା। ମୃତ କାନ୍ତିଙ୍କ  ୧୧ ବର୍ଷର ଗୋଟିଏ ପୁଅ ଅଛନ୍ତି। କୌଣସି କାରଣରୁ କାନ୍ତି ଶୁକ୍ରବାର ସକାଳେ ଘରୁ କୁଆଡେ ଚାଲି ଯାଇଥିଲେ। ଖୋଜା ଖୋଜି କରୁ କରୁ ସୂଚନା  ପାଇ ତାଙ୍କ ଶ୍ଵଶୁର ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories