www.samajalive.in
Monday, December 15, 2025
14.1 C
Bhubaneswar

ଯକ୍ଷ୍ମା ଜନିତ ମୃତ୍ୟୁର ମୁକାବିଲା ପାଇଁ ଆରମ୍ଭ ହେବ ୧୦୦ ଦିନିଆ ଅଭିଯାନ

ଡେସ୍କ: ଦେଶରୁ ଯକ୍ଷ୍ମାକୁ ମୂଳପୋଛ କରିବାକୁ ଆସନ୍ତାକାଲି (ଡିସେମ୍ବର ୭) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହରିୟାଣାର ପଞ୍ଚକୁଲାରେ ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ଓ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଆରତୀ ସିଂହଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ଅଭିଯାନର ଶୁଭାରମ୍ଭ କରିବେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ସରକାରୀ ଅଧିକାରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ, ହରିୟାଣା ସରକାରଙ୍କ ଅଧିକାରୀ ଓ ନାଗରିକ ମଞ୍ଚର ପ୍ରତିନିଧିମାନେ ମଧ୍ୟ ଯୋଗ ଦେବେ। ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୪୭ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅଭିଯାନ ଯକ୍ଷ୍ମା ଅଧିକ ହେବାର ଆଶଙ୍କା ଥିବା ବର୍ଗଙ୍କ ମଧ୍ୟରେ ତୁରନ୍ତ ରୋଗୀ ଚିହ୍ନଟ କରିବା, ନିଦାନରେ ହେଉଥିବା ବିଳମ୍ୱ ହ୍ରାସ କରିବା ଓ ଚିକିତ୍ସାରେ ଉନ୍ନତି ଆଣିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories