www.samajalive.in
Monday, December 8, 2025
27.1 C
Bhubaneswar

୨୮ଟି ନୂତନ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ମଞ୍ଜୁରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ନବୋଦୟ ବିଦ୍ୟାଳୟ ଯୋଜନା ଅଧୀନରେ ଦେଶର ବିଭିନ୍ନ ଜିଲ୍ଲାରେ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛି। ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୋଟ ୨୩୫୯.୮୨ କୋଟି ଟଙ୍କାର ପାଣ୍ଠିର ଆବଶ୍ୟକତା ରହିଛି। ଏଥିରେ ୧୯୪୪.୧୯ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଏବଂ ୪୧୫.୬୩ କୋଟି ଟଙ୍କାର ପରିଚାଳନା ଖର୍ଚ୍ଚ ଅନ୍ତର୍ଭୁକ୍ତ।

ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ଢାଞ୍ଚାରେ ୫୬୦ ଜଣ ଛାତ୍ରଛାତ୍ରୀଙ୍କ କ୍ଷମତା ବିଶିଷ୍ଟ ଏକ ପୂର୍ଣ୍ଣାଙ୍ଗ ନବୋଦୟ ବିଦ୍ୟାଳୟ ଚଳାଇବା ପାଇଁ ସମିତି ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପଦବୀ ସୃଷ୍ଟି କରିବାକୁ ପଡିବ। ଏହାଦ୍ୱାରା୧୫ ହଜାର ୬୮୦ ଛାତ୍ରଛାତ୍ରୀ ଉପକୃତ ହେବେ। ପ୍ରଚଳିତ ନିୟମ ଅନୁଯାୟୀ, ଏକ ପୂର୍ଣ୍ଣାଙ୍ଗ ନବୋଦୟ ବିଦ୍ୟାଳୟ ୪୭ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥାଏ ଏବଂ ସେହି ଅନୁଯାୟୀ ଅନୁମୋଦିତ ୨୮ଟି ନବୋଦୟ ବିଦ୍ୟାଳୟ ୧ ହଜାର ୩୧୬ ଜଣଙ୍କୁ ସିଧାସଳଖ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୬୬୧ଟି ମଞ୍ଜୁରୀପ୍ରାପ୍ତ ନବୋଦୟ ବିଦ୍ୟାଳୟ ରହିଛି।

- Advertisement -

ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପ୍ରାୟ ସମସ୍ତ ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବରେ ମନୋନୀତ କରାଯାଇଛି। ପ୍ରତିବର୍ଷ ଏନଭିରେ ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଗତ ବର୍ଷଗୁଡ଼ିକରେ ନବୋଦୟ ବିଦ୍ୟାଳୟରେ ବାଳିକା ୪୨%, ଏସସି ୨୪%, ଏସଟି ୨୦% ଏବଂ ଓବିସି ବର୍ଗରେ ୩୯% ପିଲାଙ୍କ ନାମଲେଖା ବୃଦ୍ଧି ପାଇଛି, ଯାହା ଦ୍ୱାରା ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।

ଏଥିରେ ଅରୁଣାଚଳ ପ୍ରଦେଶରେ ୮ଟି ନବୋଦୟ ବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ତେଲେଙ୍ଗାନାରେ ୭, ଆସାମରେ ୬, ମଣିପୁରରେ ୩, ପଶ୍ଚିମବଙ୍ଗରେ ୨ ଏବଂ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories