www.samajalive.in
Monday, December 8, 2025
20.1 C
Bhubaneswar

ରେଙ୍ଗାଲି ବ୍ଲକ: ୪୭ ବିଦ୍ୟାଳୟରେ ନାହିଁ ରୋଷେଇ ଘର

ରେଙ୍ଗାଲି: ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦେବା ପାଇଁ ଗୁରୁତ୍ବ ଦେଉଛନ୍ତି। ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକରେ ଥିବା ୧୨୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୪୭ ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ରୋଷେଇ ଘର ନାହିଁ। ଫଳରେ ଅଭାବନୀୟ ପରିବେଶରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ଅଭିଯୋଗ ହେଉଛି। ସଂଗୃହୀତ ତଥ୍ୟ ଅନୁଯାୟୀ ରେଙ୍ଗାଲି ବ୍ଲକର ୧୨୨ଟି ବିଦ୍ୟାଳୟ ମଧ୍ୟରୁ ୭୫ଟି ବିଦ୍ୟାଳୟରେ ରୋଷେଇ ଘର ଥିବାବେଳେ  ୪୭ଟି ବିଦ୍ୟାଳୟରେ ଆଦୌ ଶୌଚାଳୟ ନାହିଁ। ଗଣେଶନଗର ପ୍ରାଥମିକ ବିଦ୍ୟାଳୟରେ ଜାଗା ଅଭାବରୁ ରୋଷେଇ ଘର ନାହିଁ। ୭ଟି ବିଦ୍ୟାଳୟରେ ଥିବା ରୋଷେଇ ଘର ଭାଙ୍ଗିଯାଇଥିବା ବେଳେ ୮ଟି ବିଦ୍ୟାଳୟର ରୋଷେଇ ଘରର ଅବସ୍ଥା ଶୋଚନୀୟ, ଯାହା ବ୍ୟବହାର ହେଉନାହିଁ।

ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ସୁଷମ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାକୁ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ମଧ୍ୟାହ୍ନ ଭୋଜନ ତିଆରି କରିବା ପାଇଁ ଅତ୍ୟାବଶ୍ୟକ ଭିତ୍ତିଭୂମି ନାହିଁ। ୧୫ଟି ବିଦ୍ୟାଳୟର ରୋଷେଇ ଘର ଭାଙ୍ଗିରୁଜି ଯାଇଛି। ଏଭଳି ସ୍ଥିତିରେ କିଭଳି ପରିବେଶରେ ମଧ୍ୟାହ୍ନ ଭୋଜନ ତିଆରି ହେଉଥିବ ତାହା ସହଜେ ଅନୁମେୟ। ଦୀର୍ଘ ଦଶନ୍ଧି ହେଲା ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା ବିଦ୍ୟାଳୟରେ ଏଥିପାଇଁ ସର୍ବନିମ୍ନ ଆବଶ୍ୟକତା ରୋଷେଇ ଘର ନିର୍ମାଣ ହୋଇ ନ ପାରିବା ଏହି ଯୋଜନା ପ୍ରତି ସରକାରଙ୍କ ଆନ୍ତରିକତାର ଅଭାବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି। ଏହି ସମସ୍ୟା ପ୍ରତି ସ୍ଵତନ୍ତ୍ର ଗୁରୁତ୍ବ ଦେଇ ଆଶୁ ପଦକ୍ଷେପ ନିଆଯାଉ ବୋଲି ସଚେତନ ନାଗରିକ ମହଲରେ ଦାବି ହେଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories