ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ୩ ମୃତ: ତାମିଲନାଡୁ ଓ ପୁଡୁଚେରୀରେ ଆଜି ବି ପ୍ରବଳ ବର୍ଷିବ

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ପୁଡୁଚେରୀ ଉପକୂଳ ଅତିକ୍ରମ କରିବା ସହିତ ଦୁର୍ବଳ ହୋଇଛି। ବାତ୍ୟାର ପ୍ରଭାବରେ ୯୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହୋଇଛି। ଶନିବାର ଓ ରବିବାର ଦୁଇଦିନ ଧରି ଚେନ୍ନଇ, ତିରୁଭାଲୁର, ଚେଙ୍ଗାଲପାଟୁ, କାଞ୍ଚିପୁରମ୍‌, ରାଣୀପେଟ୍‌, ତିରୁଭାନାମେଲାଇ, ଧରମପୁରୀ, ସାଲେମ୍, ଆରିୟାଲୁର, ପେରାମ୍ବୁଲାର, ଥାଞ୍ଜଭେର, ତିରଭାରୁର୍‌, ନାଗାପାଟ୍ଟିନମ୍‌, କରାଇକାଳଲା, କୁଡାଲୁର ଓ ପୁଡୁଚେରୀରେ ବର୍ଷା ପବନ ଲାଗି ରହିଛି। ବର୍ଷା ଓ ପବନ ପ୍ରଭାବରେ ଚେନ୍ନଇରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁଁ ଚେନ୍ନଇର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ବିମାନ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର କହିବା ଅନୁଯାୟୀ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ତାମିଲନାଡୁ ଓ ପୁଡୁଚେରୀର ବିଭିନ୍ନ ଜିଲାରେ ଆଜି ପାଇଁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି।

kalyan agarbati

Comments are closed.