www.samajalive.in
Sunday, December 7, 2025
14.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିର ସିଇଓ ନିଲମ୍ବିତ : ଦାୟିତ୍ଵ ନେବେ ସତ୍ୟବାଦୀ ତହସିଲଦାର

ସାକ୍ଷୀଗୋପାଳ : କର୍ତ୍ତବ୍ୟରେ ଅବହେଳା ଲାଗି ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ  ବିଶ୍ବବାସୀ ତ୍ରିପାଠୀଙ୍କୁ ରାଜ୍ୟ ଦେବୋତ୍ତର ଆୟୁକ୍ତ ନିଲମ୍ବନ କରିଛନ୍ତି। ସତ୍ୟବାଦୀ ତହସିଲଦାରଙ୍କୁ ଦାୟିତ୍ବ ହସ୍ତାନ୍ତର ନିମନ୍ତେ ନିର୍ଦେଶ ଦେଇଛନ୍ତି। ୨୦୨୨ରେ ଦେବୋତ୍ତର ବିଭାଗ ଶ୍ରୀ ତ୍ରିପାଠୀଙ୍କୁ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବର୍ଷେ ପାଇଁ ନିଯୁକ୍ତି ଦେଇଥିଲେ। ଶ୍ରୀଯୁକ୍ତ ତ୍ରିପାଠୀ ଏହି ମନ୍ଦିରରେ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଥିବାବେଳେ ମାସିକ ୫ ହଜାର ଟଙ୍କାର ବେତନ ପାଉଥିଲେ। ଦ୍ବିତୀୟ ଥର ନିଯୁକ୍ତି ସମୟରେ ସେ ବିନା ବେତନରେ କାମ କରିବାକୁ ଚୁକ୍ତିବଦ୍ଧ ହୋଇ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ନିଯୁକ୍ତି ପାଇଥିଲେ। ଜାତୀୟ ପେନ୍‌ସନ ଯୋଜନାର ଜଣେ ଭିନ୍ନକ୍ଷମ ହିତାଧିକାରୀ ହୋଇଥିବାରୁ ଚଳିତଥର ସେ କୌଣସି ବେତନ ପାଉ ନ ଥିଲେ। ଦେବୋତ୍ତର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦେଶନାମାରୁ ଜଣାପଡ଼ିଛି ଯେ, ସାକ୍ଷିଗୋପାଳ ମନ୍ଦିର କାର୍ଯ୍ୟାଳୟର ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସହିତ ସାକ୍ଷିଗୋପାଳ ମନ୍ଦିର ଓ କାର୍ଯ୍ୟାଳୟର ସମ୍ପତ୍ତି ତାଲିକା ପ୍ରଦାନ କରିବା ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କୁ ଦେବୋତ୍ତର ବିଭାଗ ନିର୍ଦେଶ ଦେଇଥିଲା। ମାତ୍ର ଦିଆଯାଇଥିବା ନିର୍ଦେଶନାମାକୁ ସେ ଇଚ୍ଛାକୃତ ଭାବେ ପାଳନ କରି ନ ଥିଲେ। ଦେବୋତ୍ତର ବିଭାଗ ଶ୍ରୀ ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ ନିର୍ଦ୍ଧାରିତ ସମୟ ପୂର୍ବରୁ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories