୧୭ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି : ତୁରେକେଲା ପୁଲିସ ଆଜି ପେଟ୍ରୋଲିଂ ସମୟରେ ଲରକି ଗାଁ  ଧନେଶ୍ୱର ନାଗ ଘରେ ଦେଓଗାଁ ଥାନା ଅଂଚଳରୁ ଆସିଥିବା ଦାଦନ ଶ୍ରମିକ ଥିବା ଖବର ପାଇ ଚଢାଉ କରି ତଦନ୍ତ ପରେ ବିନା ଶ୍ରମ ଲାଇସେନ୍ସ ତେଲେଙ୍ଗାନା ରାଜ୍ୟକୁ ଇଟା ଭାଟିରେ କାମ କରିବାକୁ ଯୋଜନା କରିଥିବା ଜାଣିବାକୁ ପାଇଥିଲା । ସେଠାରେ ଦେଓଗାଁ ଥାନା ଶିବତାଲା, କୂଡାସିଙ୍ଗା, ଭୁତିଆର ବାହାଲ ଗାଁର ୧୭ ଜଣ ଦାଦନଙ୍କ ମଧ୍ୟରୁ ୭ ପୁରୁଷ, ୮ଜଣ ମହିଳା ଏବଂ ୨ ଶିଶୁଙ୍କୁ ଉଦ୍ଧାର କରି ବେଲପଡା ଥାନା ଆଁଳା ଗାଁର ସର୍ଦାର ମହାଦେବ ସାଣ୍ଡ ଓ ତୁରେକେଲା ଲରକି ଗାଁର ସହଯୋଗୀ ସର୍ଦାର ଧନେଶ୍ୱର ନାଗଙ୍କୁ ଗିରଫ କରିଛି । ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି କୋର୍ଟକୁ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Comments are closed.