ପାଟଣା ଅବକାରୀ ଥାନା ଅଧିକାରୀ ବଦଳି ନିମନ୍ତେ ଦାବି

ପାଟଣା : ପାଟଣା ବ୍ଲକ ଏବଂ ସାହାରପଡା ବ୍ଲକ ଅଞ୍ଚଳକୁ ନେଇ ପାଟଣାରେ ଏକ ଅବକାରୀ ଥାନା ରହିଛି। ଉକ୍ତ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀଣି ମାସରେ କାର୍ଯ୍ୟାଳୟକୁ ଥରେ କିମ୍ବା ଦୁଇଥର ଆସୁଛନ୍ତି। ପାଟଣା ସାହାରପଡା ବ୍ଲକ ଅଞ୍ଚଳରେ ବ୍ୟାପକ ମାତ୍ରାରେ ମହୁଲି ମଦ ଏବଂ ବିଦେଶୀ ମଦ ଛୋଟ ମୋଟ ପାନଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ହୋଟେଲ ଏବଂ ଢ଼ାବାରେ ବିକ୍ରି ହେଉଥିବାବେଳେ ଅବକାରୀ ବିଭାଗ ଆଖି ବନ୍ଦ କରି ଚୁପ ହୋଇ ବସିଛି। ଅବକାରୀ ଅଧିକାରୀଣୀ ନିଜ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ଅସଦ ବ୍ୟବହାର କରିବା ସହିତ ସେମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏ ସମ୍ବନ୍ଧରେ ଚଳିତ ମାସ ପାଟଣାରେ ଜିଲା ପ୍ରଶାସନର ମିଳିତ ଅଭିଯୋଗ ଶୁଣାଣୀରେ ସାଂସଦଙ୍କ ପାଟଣା ବ୍ଲକ ଅବକାରୀ ବିଭାଗ ପ୍ରତିନିଧି ମଧୁସୂଦନ ମହାନ୍ତ ଲିଖିତ ଅଭିଯୋଗ କରିବା ସହ ଅବକାରୀ ଥାନାଧିକାରିଣୀଙ୍କର ଅନ୍ୟତ୍ର ବଦଳି ଦାବି କରିଛନ୍ତି।

Comments are closed.