www.samajalive.in
Saturday, December 6, 2025
16.1 C
Bhubaneswar

ଆଜିଠୁ ସଂସଦର ଶୀତ ଅଧିବେଶନ: ଡିସେମ୍ବର ୨୦ ଯାଏଁ ଚାଲିବ

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ଗୃହୀତ ପାଇଁ ତାଲିକାଭୁକ୍ତ ବିଧେୟକ ମଧ୍ୟରୁ ୫ଟି ନୂଆ ବିଧେୟକ ହୋଇଥିବାବେଳେ ଅବଶିଷ୍ଟ ୧୦ଟି ବିଧେୟକ ଆଗତ ହୋଇସାରିଛି। ୱାକଫ ସଂଶୋଧନ ବିଧେୟକ ଉପରେ ଯୁଗ୍ମ ସଂସଦୀୟ କମିଟି ଏହାର ରିପୋର୍ଟ ପ୍ରଦାନ କରିବ। ନିୟମ ଅନୁଯାୟୀ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନରେ କମିଟି ଏହାର ରିପୋର୍ଟ ପ୍ରଦାନ କରିବ। ଗତ ମୌସୁମୀ ଅଧିବେଶନ କାଳରେ ୱାକଫ ସଂଶୋଧନ ବିଧେୟକକୁ ଲୋକସଭାରେ ଆଗତ ପରେ ଏହା ଉପରେ ତର୍ଜମା ଲାଗି ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଥିଲା। ଜେପିସି ବିଧେୟକ ଉପରେ ତର୍ଜମା କରିବା ସହିତ ଏହା ଉପରେ ସାଧାରଣ ଜନତାଙ୍କ ମତାମତ ନେଇଛି। ଗୃହୀତ ପାଇଁ ତାଲିକାଭୁକ୍ତ ଅନ୍ୟ ବିଧେୟକ ମଧ୍ୟରେ ରହିଛି କୋଷ୍ଟାଲ ସିପିଂ ବିଲ୍‌, ଇଣ୍ଡିଆନ ପୋର୍ଟ୍ସ ବିଲ୍‌, ମର୍ଚ୍ଚାଣ୍ଟ ସିପିଂ ବିଲ୍‌, ଭାରତୀୟ ବାୟୁଯାନ ବିଲ୍‌। ତେବେ ବିରୋଧୀ ଦଳଗୁଡିକ ଏହି ଅଧିବେଶନ କାଳରେ ଗୌତମ ଅଦାନୀଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବେ। ଏହା ସହିତ ମଣିପୁର ହିଂସା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ କମ୍ପିବ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories