ଗୋପାଳପୁର: ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ମାଣ୍ଡିଆପଲ୍ଲୀ ସ୍ଥିତ ବ୍ରାଜନଗର ଠାକୁରାଣୀଙ୍କ ଦର୍ଶନ କରି ଆଶିଷ ଗ୍ରହଣ କରିଛନ୍ତି। ଏହି ଓଷାକୋଠି ଯାତ୍ରା ଦଶହରା ଠାରୁ ସ୍ଥାୟୀ ମନ୍ଦିରରୁ ଆସି ଅସ୍ଥାୟୀ ମଣ୍ଡପରେ ପ୍ରାୟ ଦେଢ଼ ମାସ ପୂଜାର୍ଚନା ପାଇବେ। ଚଳିତ ମାସ ୨୪ ତାରିଖରେ ବିସର୍ଜନ କରାଯିବ। ଅସ୍ଥାୟୀ ମଣ୍ଡପରେ ନରସିଂହ ଗୌଡ଼, ପଞ୍ଚାନନ ଗୌଡ଼, କାଶୀନାଥ ଗୌଡ଼, ଆନନ୍ଦ ଗୌଡ଼ ନିତିକାନ୍ତି ଭାବେ ପୂଜା ଅର୍ଚ୍ଚନା କରିଥାନ୍ତି। ଏହି ଅବସରରେ ବ୍ରହ୍ମପୁର ସାଂସଦ ଗ୍ରାମରେ ପହଞ୍ଚି ଗ୍ରାମ ଠାକୁରାଣୀ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ପରେ ଅସ୍ଥାୟୀ ମଣ୍ଡପକୁ ଯାଇ ଦର୍ଶନ କରି ଆଶିଷ ଗ୍ରହଣ କରିଥିଲେ। ପରେ ଗ୍ରାମବାସୀଙ୍କ ସହ ଡ୍ରେନ, ରାସ୍ତା, ରୋଷେଇ ଘର, ମିଶନ ଶକ୍ତି ଗୃହର ଅତିରିକ୍ତ କୋଠା, ଟାଟା ବିସ୍ଥାପିତ ପରିବାରଙ୍କୁ ଥଇଥାନ ପାଇଁ ଆଦି ଉପରେ ଆଲୋଚନା କରିଥିଲେ।
Popular Categories



