www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଙ୍ଘର ବିକ୍ଷୋଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଯୁଗ୍ମ ସଚିବଙ୍କ ଚିଠି ନଂ ୨୫୨୭୯(୧୫) ତା ୨/୬/୨୦୧୧ ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତଥା ଉଚ୍ଚଶିକ୍ଷା ବିଭାଗର ଚିଠି ନଂ ୩୬୨୨୯/ଏଚ ଇ ତା ୨୩/୮/୨୦୨୩ ରିଖ ଅନୁସାରେ ବିଶ୍ବବିଦ୍ୟାଳୟଗୁଡିକରେ ନିୟୁ ପେନସନ ସ୍କିମରେ ଅନ୍ତର୍ଭୁକ୍ତ କର୍ମଚାରୀ ମାନଙ୍କ ଫାମିଲି ପେନସନ ଲାଗୁ ହୋଇଥିଲା। ସେଥିପାଇଁ କର୍ମଚାରୀମାନେ ଫାମିଲି ପେନସନର ଅପସନ ଫର୍ମ ମଧ୍ୟ ଗତବର୍ଷ ପୂରଣ କରିଥିଲେ। କିନ୍ତୁ ଚଳିତ ମାସ ଅର୍ଥ ବିଭାଗ ଅକସ୍ମାତ ପତ୍ର ନ ୩୧୭୧୬/ ଏଫ୍ ଆଇ ଏନ- ଏଚ୍ଚ ଇ- ୦୦୦୩/୨୦୨୪ ତା. ୧୮/୧୧/୨୦୨୪ ଅନୁସାରେ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ ଫାମିଲି ପେନସନ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଜଣାଇଛନ୍ତି। ଓଡିଶା ସରକାରଙ୍କ ଅନ୍ୟ ସମସ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ଏହାର ସୁଯୋଗ ପାଉଥିବା ବେଳେ ସରକାରଙ୍କ ଅର୍ଥ ବିଭାଗର ବିଶ୍ୱବିଦ୍ୟାଳୟ କର୍ମଚାରୀ ମାନଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବକୁ ପ୍ରତିବାଦ କରି ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀମାନେ ଏହାକୁ ବିରୋଧ କରି ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ କରି ପ୍ରତିବାଦ କରିଥିଲେ। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହାର ଆଶୁ ସମାଧାନ କରିବା ପାଇଁ ସଙ୍ଘର କର୍ମକର୍ତ୍ତାମାନେ ଦାବୀ କରିଛନ୍ତି। ଯଦି ଫାମିଲି ପେନସନ ନ ହୁଏ ତେବେ ପୁରୁଣା ପେନସନ ଲାଗୁ କରନ୍ତୁ ବୋଲି ଜଣାଇଛନ୍ତି। ରାଜ୍ୟ ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘର ଉପ ସଭାପତି ଏବଂ ବ୍ରହ୍ମପୁର କର୍ମଚାରୀ ସଙ୍ଘର ସଭାପତି ଡ ମିହିର କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ପାତ୍ର, ଉପ ସଭାପତି ଇନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories