ପ୍ରାଚୀନ ଚିକିତ୍ସା ବ୍ୟବସ୍ଥାରେ ଆଦିବାସୀ ସମାଜର ବଡ଼ ଅବଦାନ ରହିଛି: ପ୍ରଧାନମନ୍ତ୍ରୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବାର୍ଷିକ ଉତ୍ସବର ଶୁଭାରମ୍ଭ କରିବା ସହ ବିହାରର ଜାମୁଇଠାରେ ପାଖାପାଖି ୬୬୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ। କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଗତବର୍ଷର ଜନଜାତୀୟ ଗୌରବ ଦିବସରେ ସେ ଧାରତି ଆଭା ବିର୍ସା ମୁଣ୍ଡାଙ୍କ ଜନ୍ମଗ୍ରାମ ଉଲିହାଟୁରେ ଥିବା କଥା ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ଚଳିତ ବର୍ଷ ସେ ସହିଦ ତିଲକା ମାଝୀଙ୍କ ସାହସିକତାର ସାକ୍ଷୀ ଥିଲେ ଏବଂ ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ କରୁଥିବାରୁ ଏହି ଅବସର ଅଧିକ ସ୍ୱତନ୍ତ୍ର ଥିଲା। ଆଗାମୀ ବର୍ଷ ବ୍ୟାପି ଏହି ଉତ୍ସବ ଚାଲିବ ବୋଲି ସେ କହିଛନ୍ତି। ଆଜି ୬୬୪୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଦିବାସୀ ପିଲାଙ୍କ ଭବିଷ୍ୟତର ଉନ୍ନତି ପାଇଁ ଆଦିବାସୀଙ୍କ ପାଇଁ ପକ୍କା ଘର, ସ୍କୁଲ ଓ ହଷ୍ଟେଲ, ଆଦିବାସୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା, ଆଦିବାସୀ ଅଞ୍ଚଳକୁ ସଂଯୋଗ କରୁଥିବା ସଡ଼କ ପ୍ରକଳ୍ପ, ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ଆଦିବାସୀ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପାଇଁ ପ୍ରାୟ ଦେଢ଼ ଲକ୍ଷ ଅନୁମୋଦନ ପତ୍ର ରହିଛି। ଦେବ ଦୀପାବଳି ଅବସରରେ ଆଦିବାସୀଙ୍କ ପାଇଁ ୧୧ ହଜାର ଆବାସ ନିର୍ମାଣ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।
ଆଦିବାସୀ ସମାଜର ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିବାସୀ ସମାଜ ହିଁ ରାଜକୁମାର ରାମଙ୍କୁ ଭଗବାନ ରାମରେ ପରିଣତ କରିବା ସହ ଭାରତର ସଂସ୍କୃତି ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ଶହ ଶହ ବର୍ଷ ଧରି ସଂଗ୍ରାମର ନେତୃତ୍ୱ ନେଇଥିଲା। ତେବେ ସ୍ୱାଧୀନତା ପରବର୍ତ୍ତୀ ଦଶନ୍ଧିରେ ସ୍ୱାର୍ଥପର ରାଜନୀତି ଦ୍ୱାରା ଆଦିବାସୀ ସମାଜର ଏଭଳି ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଲୋପ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ସଂସ୍କୃତି ହେଉ କି ସାମାଜିକ ନ୍ୟାୟ କ୍ଷେତ୍ରରେ ତାଙ୍କ ସରକାରଙ୍କ ମାନସିକତା ଭିନ୍ନ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ସେମାନଙ୍କର ସୌଭାଗ୍ୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଏବଂ ପିଏମ୍-ଜନମନ ଯୋଜନାରେ ହୋଇଥିବା ସମସ୍ତ କାର୍ଯ୍ୟର ଶ୍ରେୟ ରାଷ୍ଟ୍ରପତିଙ୍କ ନିକଟକୁ ଯାଉଛି। ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସଶକ୍ତୀକରଣ ପାଇଁ ୨୪,୦୦୦ କୋଟି ଟଙ୍କାର ପିଏମ୍ ଜନମନ ଯୋଜନା ଆରମ୍ଭ କରାଯାଇଥିବା କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଦେଶର ଅତି ପଛୁଆ ଜନଜାତିଙ୍କ ବସ୍ତିର ବିକାଶ ସୁନିଶ୍ଚିତ କରାଯାଉଛି। ଏହି ଯୋଜନାକୁ ଆଜି ଏକ ବର୍ଷ ପୂରିଛି ଏବଂ ଏହି ଯୋଜନା ଅଧୀନରେ ପିଭିଟିଜିମାନଙ୍କୁ ହଜାର ହଜାର ପକ୍କା ଘର ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ଯେଉଁମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ସେମାନଙ୍କୁ ସେ ପୂଜା କରନ୍ତି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବ ସରକାରମାନଙ୍କ ମନୋଭାବ ଯୋଗୁଁ ଆଦିବାସୀ ସମାଜରେ ଦଶନ୍ଧି ଧରି ମୌଳିକ ଭିତ୍ତିଭୂମିର ଅଭାବ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଡଜନାଧିକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ବିକାଶର ଗତିରେ ପଛରେ ପଡ଼ିଛି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ ସରକାର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ସେମାନଙ୍କୁ ‘ଆକାଂକ୍ଷୀ ଜିଲ୍ଲା’ ଭାବେ ଘୋଷଣା କରିଛନ୍ତି ଏବଂ ସେମାନଙ୍କ ବିକାଶ ପାଇଁ ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଆଜି ଏଭଳି ଅନେକ ଆକାଂକ୍ଷୀ ଜିଲ୍ଲା ବିଭିନ୍ନ ଉନ୍ନୟନମୂଳକ ମାନଦଣ୍ଡରେ ଅନେକ ବିକଶିତ ଜିଲ୍ଲା ତୁଳନାରେ ଭଲ ପ୍ରଦର୍ଶନ କରିଥିବାରୁ ସେ ଆନନ୍ଦିତ ହୋଇଥିଲେ। ଏହାର ଫାଇଦା ଆଦିବାସୀମାନଙ୍କୁ ମିଳୁଛି ବୋଲି ସେ କହିଛନ୍ତି।
Comments are closed.