ଜିଲାସ୍ତରୀୟ କୁସ୍ତି ପ୍ରତିଯୋଗିତା: ଆଶିଷ ଓ ତମନ୍ନା ଶ୍ରେଷ୍ଠ ଖେଳାଳି
ସମ୍ବଲପୁର: ସମ୍ବଲପୁର କଚେରିସ୍ଥିତ ଜିଲା ଜୁଡୋ ହଲଠାରେ ସମ୍ବଲପୁର ଜିଲା କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସମ୍ବଲପୁର ଲୋକସଭା ସାଂସଦ ପ୍ରତିନିଧି ନାଉରି ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ବଲପୁରର କୁସ୍ତି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ କୁସ୍ତି ବିଜୟୀ ପ୍ରତିଯୋଗୀମାନଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଥିରେ ୩୪ ଜଣ ପ୍ରତିଯୋଗୀ ବିଜୟ ଲାଭ କରି ଆସନ୍ତା ୧୯ ଓ ୨୦ ତାରିଖ ଦିନ କଟକସ୍ଥିତ ବାରବାଟୀ ଷ୍ଟାଡିୟମଠାରେ ହେବାକୁ ଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପୁଷ୍ପାଞଳି ସାହୁ ଖେଳ ପରିଚାଳନା କରିଥିବାବେଳେ ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଶିଷ କୁମାର ସାହୁ ଓ ତମନ୍ନା ଗୋପ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସମ୍ମାନିତ ଅତିଥିଭାବେ ଲଜପତ ରାଏ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିଜୟାନନ୍ଦ ବେହେରା, ଡା. ପ୍ରତ୍ୟୁଷ ରଞ୍ଜନ ବିଶି(ଭିମସାର), ଡ. ସରୋଜ ପଧାନ(ଭିସୁଟ), ଡ. ପୀତାମ୍ବର ବେହେରା ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ପ୍ରଶିକ୍ଷକ ସ୍ବାଗତ କୁମାର ଘଡାଇ, ସଞ୍ଜୀବ ପଟ୍ଟନାୟକ, ସ୍ନିଗ୍ଧା ଭାଜି ଓ ଲକ୍ଷ୍ମଣ କୁମାର ମେହେର, ଗିନଗର ମେହେର ପ୍ରମୁଖ ସହଯୋଗ କରିଥିଲେ।
Comments are closed.