www.samajalive.in
Monday, December 15, 2025
16.1 C
Bhubaneswar

ସାହାରପଡ଼ା ବ୍ଲକରେ ପେସା ଆଇନ ସଚେତନତା ଶିବିର

ପାଟଣା: ସାହାରପଡା ବ୍ଲକ ସଭାଗୃହ ଠାରେ ପେସା ଆଇନ ଓ ଜଙ୍ଗଲ ଜମି ଅଧିକାର ଆଇନ ସମ୍ୱନ୍ଧରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଥାଉକି ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କୁ ଜଙ୍ଗଲଜମି ଶିରୋନାମା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ତେଣୁ ଆସନ୍ତା କାଲି ନଭେମ୍ବର ୧୫ ତାରିଖ ସହିଦ ବିର୍ସାମୁଣ୍ଡାଙ୍କ ଜନ୍ମ ଦିନ ଠାରୁ ସାରା ଦେଶ ରେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ମାନଙ୍କରେ ସ୍ୱତନ୍ତ୍ର ପଲ୍ଲୀ ସଭାର ଆୟୋଜନ କରାଯାଇଛି । ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଗ୍ରାମ ଗୁଡିକରେ ଅତିକମରେ ୫୦ ଜଣଙ୍କୁ ପେସା ଆଇନ ଓ ଜଙ୍ଗଲ ଜମି ଅଧିକାର ଉପରେ ସଚେତନ କରାଯିବ। ସେଥିରେ ଯେଉଁମାନେ ତାଲିମ ପ୍ରଦାନ କରିବେ ସେହି ତାଲିମଦାତା ମାନଙ୍କୁ ଆଜି ପ୍ରଶିକ୍ଷଣ ଦିଆଯାଇଥିଲା। ତାଲିମ ଦାତା ଭାବେ ଏଫଇଏସ ସଂସ୍ଥାର ଅଙ୍ଗଦ ମହାନ୍ତ ଏବଂ ଷ୍ଟାର ସଂସ୍ଥାର କେଦାର ନାଥ ଆରୁକ ତାଲିମ ପ୍ରଦାନ କରିଥିଲେ । ବ୍ଲକର ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଅନ୍ତର୍ଯ୍ୟାମୀ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଡ଼ିଓ ରଣଜିତ ମହାନ୍ତ କାର୍ଯ୍ୟକ୍ରମ ସମ୍ୱନ୍ଧରେ ଅବଗତ କରିଥିଲେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଦେବଦର୍ଶିନୀ ପଟ୍ଟନାୟକ ଓ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପଲେଇ ପ୍ରମୁଖ ଜଙ୍ଗଲ ଜମି ସମ୍ୱନ୍ଧରେ ସମ୍ୟକ ଧାରଣା ଦେଇଥିଲେ। ସିପିଜିପିଡିପି ସମ୍ୱନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories