www.samajalive.in
Sunday, December 7, 2025
23.1 C
Bhubaneswar

ରାସ୍ତା ଅବସ୍ଥା ଶୋଚନୀୟ: ଖଟିଆରେ ବୁହା ହେଲେ ରୋଗୀ

କଲ୍ୟାଣସିଂହପୁର :  ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଖଟିଆରେ ବୁହା ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଲେ ରୋଗୀ, ମାନବିକତା ଦେଖାଇଲେ ଆମ୍ବୁଲାନ କର୍ମଚାରୀ। ଗାଁ ବାସିନ୍ଦାଙ୍କ ସହିତ ଆମ୍ବୁଲାନ୍ସ ନିକଟକୁ ରୋଗୀଙ୍କୁ ବୋହିଲେ ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ଏରେଗାଣ୍ଡା ଗାଁରେ।
ଏହି ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରାସ୍କା ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଦିନକୁ ଦିନ ସ୍ୱାସ୍ଥ୍ୟ ଅଵସ୍ଥା ଗମ୍ଭୀର ହେବାରେ ଲାଗିଲା ଏଣୁ ମେଡ଼ିକାଲ ନେବାପାଇଁ ପରିବାର ବର୍ଗ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ। ଖବର ପାଇ କଲ୍ୟାଣସିଂହପୁର ଠାରୁ (୧୦୮ ଆମ୍ବୁଲାନ୍ସ ) ରୋଗିବୁହା ଗାଡି ଆସିଥିଲେ ହେଁ ଗାଁକୁ ଯିବାକୁ ରାସ୍ତା ନଥିବାରୁ ଗାଁରୁ ୩ କିମି ଦୂରରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଏଣୁ ଆମ୍ବୁଲାନ୍ସ ନିକଟକୁ ରୋଗୀଙ୍କୁ ନେବାକୁ କେହି ସହଯୋଗ ନକରିବାରୁ ପରିବାର ଲୋକଙ୍କ ସହିତ ଆମ୍ବୁଲାନ୍ସ କର୍ମଚାରୀ ଶେଖ୍ ବୁଖାରୀ ଖଟିଆ କୁ ରଶିରେ ବାନ୍ଧି କାନ୍ଧେଇ ୩ କିମି ଦୂର ମାଣ୍ଡିପଦର ନିକଟରେ ଅଟକି ଥିବା ଆମ୍ବୁଲାନ୍ସ ନିକଟକୁ ରୋଗୀଙ୍କୁ ଆଣିଥିଲେ।
ସେଠାରୁ ଆଉ ୨୦ କିମି ଆମ୍ବୁଲାନ୍ସରେ ଆଣି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡ଼ାକ୍ତର ରୋଗୀଙ୍କ ଗମ୍ଭୀରତା କୁ ଦୃଷ୍ଟିରେ ରଖି ତୁରନ୍ତ ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ରେଫର କରିଥଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି ମାନବିକତା ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories