ପାଚେରୀରେ ବାଇକ ପିଟି ୨ମୃତ

0

ସୁନ୍ଦରଗଡ଼ : ଟାଉନ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସରେ ଏକ ବାଇକ ପାଚେରୀକୁ ଧକ୍କା ଦେବାରୁ ବାଇକ ଚାଳକ ସମେତ ଦୁଇ ଯୁବକ ମୃତ୍ୟୁବରଣ ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ବିଳମ୍ବିତ ରାତିରେ ଝାରଖଣ୍ଡ ଅଞ୍ଚଳର ଦୁଇ ଯୁବକ ପ୍ରମୋଦ କୁଜୁର(୨୫), ଅରବିନ୍ଦ ଏକ୍କା(୨୬) ଏକ ବାଇକ (ନମ୍ବର ଓଆର-୧୬ବି-୧୮୧୯)ରେ ସହରରୁ ଭଜପୁର ଆଡ଼କୁ ଯାଉଥିବା ବେଳେ ରାଣୀବଗିଚା ବାଇପାସରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିର ପାଚେରୀରେ ଭାରସାମ୍ୟ ହରାଇ ପିଟି ହୋଇଯିବା ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ରାତି ପ୍ରାୟ ୩ଟାରେ ଟ୍ରକ ମାଲିକ ଇରଫାନ ଖାନ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତ ଯୁବକ ଦ୍ୱୟଙ୍କୁ ଚିହ୍ନଟ କରିବା ସହ ଟାଉନ ଥାନାରେ ଏକ ଏତଲା ଦାଏର କରିଥିଲେ। ଟାଉନ ପୁଲିସ ଉଭୟ ଶବକୁ ବ୍ୟବଛେଦ କରାଇ ଏକ ମାମଲା ରୁଜୁ କରିଥିବାର ଜଣାପଡ଼ିଛି। ମୃତ ଯୁବକ ଦ୍ୱୟ ଝାରଖଣ୍ଡ ଅଞ୍ଚଳର ଏମାନେ ପତ୍ରାପଡ଼ାରେ ରହିବା ସହ ଇରଫାନ ଖାନଙ୍କ ଟ୍ରକରେ ହେଲଫର ଭାବେ କାର୍ଯ୍ୟ କରୁଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି।

Leave A Reply