www.samajalive.in
Sunday, December 7, 2025
14.1 C
Bhubaneswar

ବେକରେ କଟୁରୀ ଲଗାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ନୀଳଗିରି: ସ୍ୱାମୀ ଘରେ ନଥିବା ସୁଯୋଗରେ ଜଣେ ଯୁବକ ମହିଳାଙ୍କ ବେକରେ କଟୁରୀ ଲଗାଇ ବଳାତ୍କାର କରିବା ଘଟଣା ଅଞ୍ଚଳରେ କ୍ଷୋଭ ସୃଷ୍ଟି କରିଛି । ବାଲେଶ୍ୱର ଜିଲା, ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତରେ ଏଭଳି ଅଭିଯୋଗ ଆସିଛି । ଉକ୍ତ ପଞ୍ଚାୟତରେ ଥିବା ଏକ ଗାଁରେ ଜଣେ ଆଦିବାସୀ ମହିଳା ତା’ କୁନି ପିଲାକୁ ଧରି ରାତିରେ ଘରେ ଶୋଇଥିଲେ । ସ୍ୱାମୀ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଜାଣି ସେହି ଗାଁର ଆକାଶ ବିନ୍ଧାଣୀ ନାମକ ଯୁବକ ଘରେ ପଶି ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣକ ଏଥିରେ ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ବେକରେ କଟୁରୀ ଲଗାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି କଥା କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ।

ସ୍ୱାମୀ ଘରକୁ ଫେରିବା ପରେ ମହିଳା ଜଣକ କାନ୍ଦି କାନ୍ଦି ସମସ୍ତ ଘଟଣା କହିବା ପରେ ଏନେଇ ଗାଁରେ ବୈଠକ ହୋଇଥିଲା । ହେଲେ ଅଭିଯୁକ୍ତ ଜଣକ ଉକ୍ତ ବୈଠକକୁ ନଆସି ଓଲଟା ଧମକ ଚମକ ଦେଇଥିଲା । ଏନେଇ ପୀଡ଼ିତା ଜଣକ ଆଜି ନୀଳଗିରି ଥାନାରେ ରିପୋର୍ଟ ଦେଇଛନ୍ତି । ସେପଟେ ସମାନ ରାତିରେ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କ ସ୍ୱାମୀ କୁଆଡ଼େ ଅଭିଯୁକ୍ତର ସ୍ତ୍ରୀକୁ ଅସଦାଚରଣ କରିଥିବା ନେଇ ମଧ୍ୟ ଏକ ପାଲଟା ଏତଲା ଦାଏର କରାଯାଇଛି । ପୁଲିସ ଉକ୍ତ ଘଟଣାରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories