www.samajalive.in
Sunday, December 7, 2025
23.1 C
Bhubaneswar

ଗଡ଼ି ପଡ଼ିଲା ଦୁର୍ବଳ ମାଟି କାନ୍ଥ; ଚାପି ହୋଇ ୫ଗୁରୁତର

ନୀଳଗିରି: ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ କାନ୍ଥ ଗଡ଼ି ୫ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମିତ୍ରପୁର ନିକଟ କାଠଗୋଛି ନୂଆସାହିର ବୁଦ୍ଧିଆ ସିଂଙ୍କ ମୃତ୍ୟୁ ଘଟିବାରୁ ତାଙ୍କ ସମ୍ପର୍କୀୟମାନେ ଆଜି ଦଶାହକ୍ରିୟା ପାଳନ ପାଇଁ ଆସିଥିଲେ ।

ମାମୁ ବୁଦ୍ଧିଆଙ୍କ ମୃତ୍ୟୁରେ ଆୟୋଜିତ ଶୁଦ୍ଧିକ୍ରିୟା ଦିବସରେ ଭାଣିଜୀ ତଥା ବାରିପଦା ଗୁମୁଡି ଅଞ୍ଚଳର ପ୍ରଭାକର ସିଂଙ୍କ ସ୍ତ୍ରୀ ସୋମବାରୀ(୨୭), ତାଙ୍କ ଝିଅ ଗାୟତ୍ରୀ(୧୩), ଅନ୍ୟଜଣେ ଭାଣିଜୀ ତଥା ଖୁଣ୍ଟା ବ୍ଲକ ଡମ୍ବରୁଡ଼ିହି ଗାଁର ରଞ୍ଜିତ ସିଂଙ୍କ ସ୍ତ୍ରୀ ପ୍ରମିଳା(୨୪), ତାଙ୍କ ଦେଢ଼ ବର୍ଷର ଝିଅ ସନ୍ଧ୍ୟାରାଣୀଙ୍କ ସମେତ ବୋହୁ ତଥା ରେମୁଣା ଇମାମୀ ନିକଟ କାଦଘରଣିଆ ଗାଁର ଦଣ୍ଡୁଆ ସିଂଙ୍କ ସ୍ତ୍ରୀ ସୁକାନ୍ତି(୩୦) ପିଣ୍ଡା ଉପରେ ବସିଥିଲେ ।

- Advertisement -

ବାତ୍ୟାରେ ଦୁର୍ବଳ ହୋଇ ପଡ଼ିଥିବା ମାଟି କାନ୍ଥଟି ସେମାନଙ୍କ ଉପରେ ଗଡ଼ି ପଡ଼ିବାରୁ ୫ଜଣ କାନ୍ଥ ଦେହରେ ଚାପି ଯାଇଥିଲେ । ସମ୍ପର୍କୀୟ ଏବଂ ଗ୍ରାମବାସୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅପରାହ୍ନରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରୁ ସୁକାନ୍ତି, ଗାୟିତ୍ରୀ ଓ ସୋମବାରୀଙ୍କ ଅବସ୍ଥା ସାଂଘାତିକ ହେବାରୁ ରାତିରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories