ମହିଳା କନିଷ୍ଠ କଲେଜରେ ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ
ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି କଲେଜର ରେଞ୍ଜର ଲିଡର ବିଜୟାଲକ୍ଷ୍ମୀ ମହାନ୍ତି ସ୍କାଉଟ ଓ ଗାଇଡର ପ୍ରତିଷ୍ଠାତା ରବର୍ଟ ସ୍ମିଥ ବାଡେନ ପାୱେଲଙ୍କ ତ୍ଯାଗପୁତ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଭାରତ ସ୍କାଉଟ ଗାଇଡର ଉପକମିଶନର ତଥା ଦୁଃସାହସିକ କମିଟିର ଅଧ୍ୟକ୍ଷ ସ୍ଵାଧୀନ ପଣ୍ଡା ପ୍ରତିଷ୍ଠାତା ବାଡେନ ପାୱେଲଙ୍କ ଜନ୍ମ ଦିବସରେ ପ୍ରତିଷ୍ଠିତ ସ୍କାଉଟ ଓ ଗାଇଡ ଏବେ ବିଶ୍ୱର ୨୦୦ରୁ ଉର୍ଦ୍ଧ୍ବ ଦେଶରେ କାର୍ଯ୍ୟକ୍ଷମ ହୋଇଛି। ଏପରି ଏକ ସଂଗଠନ ସହିତ ଜଡିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ଗର୍ବିତ ଅନୁଭବ କରିବା ସହ ସ୍କାଉଟ ଓ ଗାଇଡର ସେବା ମନୋଭାବରେ ଅନୁପ୍ରାଣିତ ହେବା ଲାଗି ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ। ବରିଷ୍ଠ ପ୍ରାଧ୍ୟାପିକା ସ୍ନେହଲତା ତ୍ରିପାଠୀ ସ୍କାଉଟ ଗାଇଡ ପ୍ରତିଷ୍ଠାର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଗାଇଡ ଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ।
Comments are closed.