କୋର୍ଟରେ ୩ ବର୍ଷର ନାବାଳିକା – ନିଶ୍ୱାସ ନେଇହେଉନି, ଆମେ ବଂଚିବୁ କେମିତି
ଡେସ୍କ: ଭାରତର ଦିଲ୍ଲୀରେ ବାୟୁର ମାନ ଯେଭଳି ତଳ ସ୍ଥରକୁ ଖସି ଆସିଛି, ସେମିତି ପାକିସ୍ତାନର ଲାହୋର ଅଂଚଳରେ ମଧ୍ୟ ବାୟୁ ପ୍ରବଳ ମାତ୍ରାରେ ପ୍ରଦୂଷିତ ହୋଇଛି। ଲାହୋରରେ ଧୂଆଁର ଭୟଙ୍କର ପ୍ରଭାବ ଜାରି ରହିଥିବାରୁ ସେଠାକାର ପଞ୍ଜାବ ପ୍ରଦେଶରେ ଜଣେ ୩ ବର୍ଷର ନାବାଳିକା ସ୍ଥାନୀୟ ସରକାରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ଆତଙ୍କବାଦ ଏବେ ସୀମାହୀନ ଓ ଅଦୃଶ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳ ଦରକାର – ଅମିତ ଶାହା
ଆବେଦନକାରୀ ଅମଲ ସେଖେରା ତାଙ୍କ ଓକିଲଙ୍କ ଜରିଆରେ ଆବେଦନରେ ଦର୍ଶାଇଛନ୍ତି ଯେ ବାୟୁ ପ୍ରଦୂଷଣ ଦ୍ୱାରା ଛୋଟ ପିଲା ଏବଂ ବୟସ୍କମାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି ଏବଂ ନିଜ ପାଇଁ, ସାଙ୍ଗମାନଙ୍କ ପାଇଁ ଏବଂ ଭବିଷ୍ୟତ ପିଢ଼ି ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ଲାହୋରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବିଶ୍ୱ ମାନ୍ୟତାର ଶୀର୍ଷରେ ରହିଛି, ଯାହାର ସ୍ତର ୮୦୦ରୁ ଅଧିକ ରହିଛି, ଯାହା ବାୟୁକୁ ବିପଜ୍ଜନକ କରିଛି। ଦୀର୍ଘ ଦିନ ଧରି ଖରାପ ପାଗ ଯୋଗୁଁ ଲୋକମାନେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ସେଠାକାର ସରକାର ସମଗ୍ର ପ୍ରଦେଶରେ ଧୂଆଁ ଜନିତ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ଏବଂ ଲାହୋର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୧୭ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି।
Comments are closed.