www.samajalive.in
Tuesday, December 9, 2025
15.1 C
Bhubaneswar

ଶୁଣିଲା ନାହିଁ ପ୍ରଶାସନ : ଚାନ୍ଦା ଆଦାୟ କରି ଗାଁ ଲୋକେ ମରାମତି କଲେ ନିଜ ଗାଁର ୩ କିଲୋମିଟର ରାସ୍ତା 

ଫୁଲବାଣୀ:  କନ୍ଧମାଳ ଜିଲା ଦାରିଙ୍ଗବାଡି  ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମକୁ ଯାଇଥିବା ରାସ୍ତା ଦୀର୍ଘ ବର୍ଷ ହେଲା ଶୋଚନୀୟ ଅବସ୍ଥାରେ ରହିଛି। ଏହାର ମରାମତି କରାଯାଇ ଗମନାଗମନ ଉପଯୋଗୀ କରିବାକୁ ଡକରବାଡ଼ି ଗ୍ରାମବାସୀମାନେ  ଅନେକ ଥର ସ୍ଥାନୀୟ ପ୍ରଶାସନ ସମେତ ବିଧାୟକ ଓ  ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସେମାନେ କେହି ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ନାହିଁ କି ଶୁଣିଲେ ନାହିଁ ।
ସେହିଭଳି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ।  ଫଳରେ ପ୍ରଶାସନ ଉପରେ ଭରସା ନକରି ଡକରବାଡ଼ି ଗ୍ରାମବାସୀ  ଗ୍ରାମରେ ଗତ ସପ୍ତାହରେ ଏକ ବୈଠକ କରି ଗାଁ ରାସ୍ତା ମରାମତି ନେଇ ଆଲୋଚନା କରିଥିଲେ।  ଗୁରବାର ସାମୂହିକ ଭାବରେ ପ୍ରତି ଘରୁ ଚାନ୍ଦା କରି  ରାସ୍ତା ମରାମତି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଗାଁରେ ଥିବା ଗାନ୍ଧୀ ସୁରକ୍ଷା କମିଟି  ଓ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ସହାୟତାରେ ୩ କିଲୋମିଟର  ଗାଁ ରାସ୍ତା ମରାମତି କରାଯାଇଛି। ରାସ୍ତା ପାର୍ଶ୍ଵରେ  ଥିବା ଲଟା ବୁଦାକୁ କାଟିବା ସହିତ  ଗାଁରୁ ସମସ୍ତ ପରିବାରରୁ ଆଦାୟ  ଚାନ୍ଦା ଟଙ୍କାରେ ଏକ ଜେସିବି ମେସିନ୍ ଲଗାଇ ମୋରମ ମାଟି ଖାଲୁଆ ରାସ୍ତାରେ ପକାଇବା ସହିତ ସମସ୍ତ
ଗ୍ରାମବାସୀମାନେ ନିଜେ ନିଜେ ଶ୍ରମଦାନ କରି ରାସ୍ତା ମରାମତି କରିଛନ୍ତି। ଯେଉଁ କାମକୁ ପ୍ରଶାସନ କରିପାରିଲା ନାହିଁ ଗ୍ରାମବାସୀମାନେ ତାହା କରିଦେଖାଇଛନ୍ତି। ରାସ୍ତାର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ଥିବା ଯୋଗୁଁ ଗାଁକୁ ଅଟୋ କିମ୍ବା ଜରୁରୀ ପରସ୍ଥିତିରେ  ଆମ୍ବୁଲାନ୍ସ ଯାଇ ପାରୁନାହିଁ। ମୁଖ୍ୟତଃ ବର୍ଷା ଦିନେ ଗ୍ରାମବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ  ଗ୍ରାମର ଗାନ୍ଧୀ ସୁରକ୍ଷା କମିଟି ସଭାପତି ଦିଲୀପ ପ୍ରଧାନଙ୍କ ସହିତ   ରିମିତା ପ୍ରଧାନ, ଚମ୍ପା ଦିଗାଲ , ରାମଦେବ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଜଗଦିଶର ପ୍ରଧାନଙ୍କ ସହିତ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories