ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ୱେ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏବିଇଓ କାର୍ତ୍ତିକ ବାଗ ଯୋଗ ଦେଇ ଶିଶୁ ବୈଜ୍ଞାନିକ ମାନଙ୍କ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ। ଏହି ଅବସରରେ ଶିଶୁ ବୈଜ୍ଞାନିକ ମାନଙ୍କ ପକ୍ଷରୁ ସିନିୟର୍ ବିଭାଗରୁ ୩ଟି, ଜୁନିୟର ବିଭାଗରେ ୭ଟି, ସବ୍ ଜୁନିୟର ୭ଟି ସର୍ବ ମୋଟ ୧୭ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ସିନିୟର୍ ବିଭାଗରୁ ସ୍ନେହାରାଣୀ ପ୍ରଧାନ, ଆଲିସା ପ୍ରଧାନ, ରୀନା ମହାନନ୍ଦ, ଜୁନିୟର ବିଭାଗରୁ ଆଲିଶା ମିଶ୍ର, ସନ୍ଧ୍ୟାରାଣୀ ଦାଶ, ସୋମା ପରୱିନ୍ ଓ ସବ୍ ଜୁନିୟର ବିଭାଗରୁ ସୁନିତା ପରୱିନ୍, ଜିଜ୍ଞାସା ସାହୁ, ସାଏନା ପରୱିନ୍ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ବେଳେ ଏଥି ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନେ ଆଗାମୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ଯିବା ପାଇଁ ମନୋନୀତ ହୋଇଛନ୍ତି।
Popular Categories



