www.samajalive.in
Sunday, December 7, 2025
14.1 C
Bhubaneswar

ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ନୂଆଦିଲ୍ଲୀ,୧୯ା୧: କଲକାତାରେ ଅନୁଷ୍ଠିତ ମମତା ବାନାର୍ଜୀଙ୍କ ମହାମେଣ୍ଟ ସଭାରେ ଯୋଗ ଦେଇଥିବା ବିଜେପିର ଅସନ୍ତୁଷ୍ଟ ନେତା ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସିହ୍ନା ଅତ୍ୟନ୍ତ ସୁବିଧାବାଦୀ। ସେ ବିରୋଧୀଙ୍କ ବୈଠକରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ଦ୍ବାରା ଦଳୀୟ ଶୃଙ୍ଖଳାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ତାଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିବ। ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସୁସ୍ଥ ହେବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯିବ ବୋଲି କହିଛନ୍ତି ବିଜେପିର ଜଣେ ପଦାଧିକାରୀ। ଦଳର ମୁଖପାତ୍ର ରାଜୀବ ପ୍ରତାପ ରୁଡ୍ଡି ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ସିହ୍ନା ସମ୍ପ୍ରତି ବିହାରର ପାଟନା ସାହିବ ସାଂସଦ ଅଛନ୍ତି। ବିହାର ବିଜେପି ସଭାପତି ନିତ୍ୟାନନ୍ଦ ରାଏ ମଧ୍ୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି। ଶତ୍ରୁଘ୍ନ ଏଠାରେ ମୋଦୀଙ୍କୁ ଆକ୍ଷେପ କରି ଚୌକିଦାର ଚୋର ବୋଲି କହିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories