www.samajalive.in
Monday, December 8, 2025
16.1 C
Bhubaneswar

ବାରାଣସୀରେ ମୃତ ପ୍ରାର୍ଥୀଙ୍କ ସହ ଲଢ଼ିବେ ମୋଦୀ!

ନୂଆଦିଲ୍ଲୀ: ଆସନ୍ନ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଯଦି ପୁଣି ଥରେ ବାରାଣସୀରୁ ଛିଡ଼ା ହୁଅନ୍ତି ତେବେ ତାଙ୍କ ବିପକ୍ଷରେ ମୃତ ପ୍ରାର୍ଥୀ ଛିଡ଼ା କରିବାକୁ ସ୍ଥିର କରିଛି ୟୁପିର ଏକ ସଂଗଠନ। କେବଳ ମୋଦୀ କାହିଁକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବିଏସପି ପ୍ରମୁଖ ମାୟାବତୀଙ୍କ ବିରୋଧରେ ମଧ୍ୟ ମୃତ ପ୍ରାର୍ଥୀଙ୍କୁ ଛିଡ଼ା କରିବାକୁ ସ୍ଥିର କରିଛି ସଂଗଠନ।
ମୃତକ ସଂଘ ନାମ ଏକ ଜୀବନ୍ତ ବ୍ୟକ୍ତିଙ୍କ ସଂଗଠନ ଏଭଳି ଘୋଷଣା କରିଛି। ସରକାରୀ ଖାତାରେ ମୃତ ଘୋଷିତ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଏହି ସଂଘ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ରାଜସ୍ୱ ଖାତାରୁ ନାମ କଟି ଯାଇଥିବା ଏହି ବ୍ୟକ୍ତିବିଶେଷଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସଂଗଠନ ପକ୍ଷରୁ ଅନୁରୂପ ପ୍ରୟାସ କରାଯାଉଛି। ମୃତକ ସଂଘ ସଭାପତି ଲାଲ ବିହାରୀ ଏ ସମ୍ପର୍କରେ ରାଜଘାଟ ଶ୍ମଶାନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।
ଜଣେ ବ୍ୟକ୍ତି ଜୀବିତ ଥାଇ ମଧ୍ୟ ସରକାରୀ ଖାତାରେ ମୃତ ଘୋଷିତ ହେବା ଏକ ବିଡ଼ମ୍ବନା। ସରକାରୀ ଖାତାରୁ ନାମ କଟିଯିବାରୁ ଏହି ବ୍ୟକ୍ତି ବିଭିନ୍ନ ଯୋଜନାରୁ ବଞ୍ôଚିତ ହେବା ସହ ନିଜ ସମ୍ପତ୍ତି ଉପରୁ ଦଖଲ ହରାଇଥାନ୍ତି। ଫଳରେ ସେମାନଙ୍କ ପାଇଁ ନିଜ ଅସ୍ତିତ୍ୱ ପ୍ରମାଣିତ କରିବା ବେଶ୍‍ କାଠିକର ହୋଇପଡ଼େ। ସରକାରୀ ଖାତାରେ ପୁନଃପଞ୍ଜିକରଣ କରିବା ପାଇଁ ଯେଉଁ ବିଳମ୍ବିତ ପ୍ରକ୍ରିୟା ରହିଛି ତାହା ଉକ୍ତ ବ୍ୟକ୍ତିଙ୍କ ପାଇଁ ନର୍କ ଯନ୍ତ୍ରଣାଠାରୁ ଅଧିକ ହୋଇପଡ଼େ।
ଏ ସମ୍ପର୍କରେ ଆଲିଗଡ଼ ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଏକ ମାମଲାର ବିଚାର କରି ସରକାରୀ ଖାତାରୁ ନାମ କଟି ଯାଇଥିବା ୨ହଜାର ବ୍ୟକ୍ତିଙ୍କ ନାମ ପୁନଃପଞ୍ଜିକୃତ କରିବାକୁ ନିର୍ଦେଶ ଦିଆଯାଇ ଥିଲା। ତେବେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ହେବା ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇ ପାରି ନାହିଁ। ୧୯୭୭ରେ ଲାଲ ବିହାରୀ(୬୪)ଙ୍କୁ ତାଙ୍କ ଜଣେ ସମ୍ପର୍କିୟ ତଞ୍ଚକତା କରି ତାଙ୍କ ନାମ ସରକାରୀ ଖାତାରୁ କାଟି ଦେଇଥିଲେ। ଉକ୍ତ ସମ୍ପର୍କୀୟ ଜଣକ ପରବର୍ତ୍ତୀ ସମୟରେ ଲାଲ ବିହାରୀଙ୍କ ସମ୍ପତ୍ତି ଉପରେ କବଜା କରିନେଇଥିଲେ। ଫଳରେ ୧୯୮୮ଲୋକସଭା ନିର୍ବାଚନରେ ଆହ୍ଲାବାଦରୁ ଭିପି ସିଂହଙ୍କ ବିପକ୍ଷରେ ଲାଲ ବିହାରୀ ନିର୍ବାଚନରେ ନୋମିନେସନ କରିଥିଲେ। ୧୯୮୯ରେ ଆମେଥିରୁ ରାଜୀବ ଗାନ୍ଧିଙ୍କ ବିପକ୍ଷରେ ମଧ୍ୟ ଲାଲ ବିହାରୀ ନିର୍ବାଚନରେ ଲଢିବାକୁ ନାମାଙ୍କନ କରିଥିଲେ। ଏହା ବ୍ୟତୀତ ଅନ୍ୟାନ୍ୟ ୬ଟି ବିଧାନସଭା ନିର୍ବାଚନରେ ଲାଲ ବିହାରୀ ନାମାଙ୍କନ ଦାଖଲ କରିବା ପରେ ୧୯୯୪ଜୁନ୍‍ ୩୦ରେ ସରକାର ଲାଲ ବିହାରୀଙ୍କୁ ପୁଣି ଜୀବନ୍ତ ବୋଲି ଘୋଷଣା କରିଥିଲେ।
ଲାଲ ବିହାରୀଙ୍କୁ ସରକାର ଜୀବନ୍ତ ଘୋଷଣା କରିବା ପରେ ୨୫କୋଟି ଟଙ୍କା ମାନହାନୀ ମକଦ୍ଦମା ରୁଜୁ କରିଥିଲେ ଲାଲ ବିହାରୀ। ଉତ୍ତରପ୍ରଦେଶ ସରକାର ଜଣେ ଜୀବନ୍ତ ବ୍ୟକ୍ତିଙ୍କୁ ଦୀର୍ଘ ୧୭ବର୍ଷ ଧରି ମୃତ ଘୋଷଣା କରିବା ଅଭିଯୋଗରେ ଏହି ମାମଲା ରୁଜୁ କରିଥିଲେ ଲାଲ ବିହାରୀ। ତାଙ୍କର ଏଭଳି ଉଦ୍ୟମ ପାଇଁ ୨୦୦୩ରେ ତାଙ୍କୁ ଏଲଜି ନୋବେଲ ପୁରସ୍କାରରେ ପୁରସ୍କୃତ କରାଯାଇ ଥିଲା। ତେବେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ଲାଲ ବିହାରୀ ସମର୍ଥ ନଥିବାରୁ ସେ ଏହି ପୁରସ୍କାର ଗ୍ରହଣ କରି ପାରିନଥିଲେ।
ଏହି ଘଟଣା ଲାଲ ବିହାରୀଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣି ଦେଇଥିଲା। ସରକାରୀ ଖାତାରୁ ନାମ କଟି ଯାଇଥିବା ବ୍ୟକ୍ତିବିଶେଷଙ୍କୁ ସହଯୋଗ ପାଇଁ ଲାଲ ବିହାରୀ ସଂଗଠନ କରି ସହଯୋଗର ହାତ ବଢାଇଥିଲେ। ପ୍ରତି ନିର୍ବାଚନରେ ବିିଶିଷ୍ଟ ବ୍ୟକ୍ତିଙ୍କ ସହ ମୃତ ବ୍ୟକ୍ତିଙ୍କୁ ନିର୍ବାଚନରେ ଛିଡ଼ା କରି ଲୋକଲୋଚନକୁ ଆସନ୍ତି ପ୍ରାର୍ଥୀ। ଅବଶ୍ୟ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟାରେ ସରକାରୀ ଖାତାରେ ମୃତ ବ୍ୟକ୍ତିଙ୍କ ଆବେଦନ ବାତିଲ ହୋଇଯାଏ। ତେବେ ଏହି ପ୍ରକ୍ରିୟା ଗଣମାଧ୍ୟମରେ ଚର୍ଚ୍ଚିତ ହେବା ସହ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିଚୟ ଫେରାଇବାରେ ସହଯୋଗର ଭୂମିକା ଗ୍ରହଣ କରେ ବୋଲି ପ୍ରକାଶ କରିଛନ୍ତି ଲାଲବିହାରୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories