www.samajalive.in
Monday, December 8, 2025
14.1 C
Bhubaneswar

ଜେଲେନସ୍କିଙ୍କ ଦୃଢ଼ ସଙ୍କେତ: ଭାରତ ଚାହିଁଲେ ଯୁଦ୍ଧ ରୋକିପାରିବ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହିଁଲେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିପାରିବେ। କୌଣସି ଯୁଦ୍ଧରେ ଭାରତ ଏବଂ ମୋଦୀଙ୍କର ବଡ଼ ମୂଲ୍ୟବୋଧ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ମୋଦୀ ଦୁଇଦେଶ ମଧ୍ୟରେ ଆଲୋଚନାର ବାଟ ଫିଟାଇ ଯୁଦ୍ଧର ଅବସାନ ଘଟାଇବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ଜେଲେନସ୍କି କହିଥିଲେ, ଏହା ନିଃସନ୍ଦେହ। ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷେ ହିଁ ବାସ୍ତବରେ ତାହା ସମ୍ଭବ। କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଯେହେତୁ ଯୁଦ୍ଧ ଆମ ଦେଶରେ ହେଉଛି ଆମକୁ ଶାନ୍ତି ଆଲୋଚନା କରିବା ଜରୁରୀ।

ଦୁଇ ଦେଶ ମଧ୍ୟରେ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଲାଗି ରହିଥିବାବେଳେ ଗତ ମାସରେ ରୁଷ ସେନା ୟୁକ୍ରେନ ଉପରେ ଭାରି ପଡ଼ିଛି। ଡୋନବାସ ଅଞ୍ଚଳରେ ରୁଷ ସେନା ଅଗ୍ରସର ହେବା ପରେ ୟୁକ୍ରେନ ସେନା ଉପରେ ଚାପ ବୃଦ୍ଧି ପାଇଛି। ଅନ୍ୟପଟେ ଆଗକୁ ଖୁବଶୀଘ୍ର ଆମେରିକା ନିର୍ବାଚନ ହେବାର ରହିଛି। ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେଲେ ୟୁକ୍ରେନକୁ ଆମେରିକାର ସମର୍ଥନ ମିଳିବା କଷ୍ଟକର ହୋଇପଡ଼ିବ। ଯାହା ଜେଲେନସ୍କିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories