www.samajalive.in
Sunday, December 7, 2025
26.1 C
Bhubaneswar

ପିଠା କାର୍ଯ୍ୟକ୍ରମକୁ ସହଯୋଗ କରିବୁନାହିଁ : ବ୍ଲକ ସରପଞ୍ଚ ସଂଘ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଗୋପବନ୍ଧୁ ନଗର ବ୍ଲକର ସରପଞ୍ଚ ମାନେ ସରକାରଙ୍କ ପିଠା ତଥା ଅନ୍ୟାନ୍ୟ ଯୋଜନାରେ ସହଯୋଗ କରିବେ ନାହିଁ ବୋଲି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଶୁକ୍ରବାର ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ସରକାର ପିଠା କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀ ମାନଙ୍କ ନିକଟରେ ଯୋଜନା ଗୁଡିକ ପହଞ୍ଚାଇବା ପାଇଁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ସରପଞ୍ଚ ମାନଙ୍କ ଅସହଯୋଗ ଫଳରେ ଗୋପବନ୍ଧୁ ନଗର ବ୍ଲକରେ ପିଠା ତଥା ଅନ୍ୟନ୍ୟ ଯୋଜନାର ଆଶାନୁରୂପକ ଅଗ୍ରଗତି ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସରପଞ୍ଚ ସଂଘର ଆସହଯୋଗ ଡାକରା ପ୍ରଶାସନକୁ ଚିନ୍ତିତ କରିଛି। ଶୁକ୍ରବାର ସଂଘର ବ୍ଲକ ସଭାପତି କୁଶଳଦା ସରପଞ୍ଚ ରାମଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଟିଟିଆ ସରପଞ୍ଚ ସରସ୍ୱତୀ ମାଝୀ, ସାନଖୁଣ୍ଟାର ସୁମିତ୍ରା ନାଏକ, ଶିଳଘାଟିର ଭାଗ ହେମ୍ବ୍ରମ, ଭଣ୍ଡଗାଁର ଗୋପୀନାଥ ବେହେରା, ବରଡିହି ସରପଞ୍ଚ ମାନିନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ବିଡିଓ ମନୋଜ କୁମାର ବେହେରାଙ୍କୁ ବ୍ଲକ ସଂଘର ନିଷ୍ପତ୍ତି ଲିଖିତ ଭାବେ ଜଣାଇଁଥିଲେ। ସମସ୍ତ ସରକାରୀ ଯୋଜନା ଗ୍ରାମ ପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ସରପଞ୍ଚ ମାନଙ୍କର ୧୧ ଦଫା ଦାବି ପ୍ରତି ସରକାର ଉଦାସୀନ ମନୋଭାବ ପୋଷଣ କରୁଥିବାରୁ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସରପଞ୍ଚ ମାନେ ବର୍ତ୍ତମାନ ଚାଲିଥିବା ପିଠା କାର୍ଯ୍ୟକ୍ରମରେ ସହଯୋଗ କରିବେ ନାହିଁ ବୋଲି  କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories