www.samajalive.in
Monday, December 15, 2025
16.1 C
Bhubaneswar

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ – ଆସିଲା କଂଗ୍ରେସ ଓ ଶିବସେନାର ୨ୟ ତାଲିକା

ଡେସ୍କ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଶନିବାର ଉଭୟ କଂଗ୍ରେସ ଓ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ କଂଗ୍ରେସ ୨୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳ ୧୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବସନ୍ତ ପୁରକେଙ୍କୁ ରାଲେଗାଓଁରୁ ପ୍ରାର୍ଥୀ କରିଥିବା ବେଳେ ଅନୁଜା କେଦାରଙ୍କୁ ସାଭନେରରୁ ପ୍ରାର୍ଥୀ କରିଛି। ଅନ୍ୟମାନଙ୍କ ମଧ୍ୟରେ ଜଲନାରୁ କୈଳାସ ଗୋରାଣ୍ଟିଆଲ ଏବଂ ସିବ-କୋଠିୱାଡାରୁ ଗଣେଶ ଯାଦବ ଅଛନ୍ତି।

ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଧୁଲେରୁ ଅନୀଲ ଗୋଟେ, ହିଙ୍ଗୋଲିରୁ ରୂପାଲି ପାଟିଲ, ଶିବଡ଼ିରୁ ଅଜୟ ଚୌଧୁରୀ ଏବଂ ବାଇକୁଲ୍ଲାରୁ ମନୋଜ ଜାମସୁତକରଙ୍କୁ ପ୍ରାର୍ଥୀ କରିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି। ନଭେମ୍ବର ୨୦ ତାରିଖରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories