www.samajalive.in
Saturday, December 13, 2025
15.1 C
Bhubaneswar

ବାଘ ଧରିବାକୁ ବସିଲା ଆଉ ଗୋଟିଏ ଯନ୍ତା

ସମାଜ ଡିଜିଟାଲ ଡେସ୍କ: ବାଘ ଧରିବାକୁ ଚାଲିଛି କସରତ। ହେଲେ ବାଘର ଦେଖା ନାହିଁ। ଶନିବାର ସକାଳୁ ଭୁବନେଶ୍ଵର ବିମାନ ବନ୍ଦର ନିକଟ ଡମ୍ପିଂୟାର୍ଡ ଅଞ୍ଚଳରେ ବାଘକୁ କିଛି ଲୋକ ଦେଖିବା ପରେ ଏବେ ରାଜଧାନୀରେ ଆତଙ୍କ ଖେଳିଯାଇଛି। ବାଘ ଧରିବାକୁ ବନ ବିଭାଗ ପକ୍ଷରୁ ପ୍ରଥମେ ଗୋଟିଏ ଯନ୍ତା ବସାଯାଇଥିବାବେଳେ ସନ୍ଧ୍ୟାରେ ଆଉ ଗୋଟିଏ ଯନ୍ତା ବସାଯାଇଛି। ଦୁଇଟି ଯାକ ଯନ୍ତାରେ କୁକୁଡ଼ାକୁ ଥୋପ ଭାବେ ରଖାଯାଇଛି। ବାଘ କୁକୁଡ଼ା ଖାଇବା ଲୋଭରେ ଯନ୍ତାକୁ ଆସିଲେ ଧରାପଡ଼ିବ ବୋଲି ବନ ବିଭାଗ ଏଭଳି ଯୋଜନା କରିଛି। ଏହା ସହିତ ବାଘ ଧରିବାକୁ ଜାଲ ବି ବିଛାଯାଇଛି।

ଭୁବନେଶ୍ୱର ବିମାନବନ୍ଦର ଡ୍ରମ୍ପିଂୟାର୍ଡ ନିକଟରେ ଶନିବାର ସକାଳେ କାମ କରୁଥିବା କିଛି ଲୋକ ବାଘ ଦେଖିଥିବା କହିଛନ୍ତି। ନିକଟ ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ରହିଛି । ସକାଳ ୯ଟା ୨୯ ମିନିଟ୍‌ରେ ଜଣେ ମହିଳା ବାଘକୁ ଦେଖିଥିବା କହିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଛି । ବାଘ କାବୁ ନ ହେବା ଯାଏଁ ଲୋକେ ସେହି ଅଞ୍ଚଳରେ କାମ କରିବେ ନାହିଁ ବୋଲି କହିଛନ୍ତି। ବାଘ ଧରିବାକୁ ୨୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories