www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ : ଧନତେରସରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ରାଶି ଅନୁଯାୟୀ କିଣିବେ କେଉଁ ଜିନିଷ..

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ କରାଯାଏ । ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବରରେ ପାଳନ କରାଯିବ । ଏହି ଦିନ ମା’ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଓ କୁବେର ଦେବତାଙ୍କ ପୂଜା କରିବାର ନିୟମ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ସମୁଦ୍ର ମନ୍ଥନରୁ ଅମୃତ କଳସ ଧରି ଭଗବାନ ଧନ୍ୱନ୍ତରୀ ଉତ୍ପନ୍ନ ହୋଇଥିଲେ । ଧନତେରସ ଅବସରରେ ରାଶି ଅନୁଯାୟୀ, କିଛି ଜିନିଷ କିଣିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଇଛି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରସରେ ରାଶି ଅନୁସାରେ କିଣିବା କରିବା ଶୁଭଙ୍କର ବୋଲି ମାନ୍ୟତା ରହିଛି । ଜାଣନ୍ତୁ କ’ଣ କରିବେ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷ ରୁପାର ବାସନ କିଣିବା ଶୁଭଙ୍କର ।

- Advertisement -

ବୃଷ – ଏହି ରାଶିର ଲୋକେ ରୁପାର ଟଙ୍କା ସହ ପୋଷାକ କିଣି ପାରିବେ ।

ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ପିତ୍ତଳ ବାସନ କିଣିବା ଶୁଭଙ୍କର ।

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ଧଳା ଜିନିଷ କିମ୍ବା ରୁପା ଟଙ୍କା କିଣି ପାରିବେ ।

ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ନୂଆ ଯାନ କିଣି ପାରିବେ । ଅଳଙ୍କାର ମଧ୍ୟ କିଣି ପାରିବେ ।

କନ୍ୟା – ଏହି ରାଶିର ଲୋକେ ନୂଆ ଘର, ଆଭୂଷଣ, ଭୂମି କିଣି ପାରିବେ ।

ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଝାଡୁ କିଣିବା ଶୁଭଙ୍କର ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଧନିଆ କିଣିବା ଶୁଭଙ୍କର । ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ ସହ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବ ।

ଦେଖନ୍ତୁ ଭିଡିଓ; ମୃତ୍ୟୁକୁ ଦେଲେ ଚ୍ୟାଲେଞ୍ଜ, ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବକ..

ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ଆର୍ଥିକ ସ୍ଥିତି ମଜଭୁତ ପାଇଁ ପ୍ରଭୁ ଗଣେଶ ଓ ମା’ଲକ୍ଷ୍ମୀଙ୍କ ପ୍ରତିମା କିଣି ପାରିବେ ।

ମକର – ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମକର ରାଶି ବ୍ୟକ୍ତି ବିଶେଷ ଧନତେରସରେ ହଳଦିଆ ପୋଷାକ କିମ୍ବା ହଳଦିଆ ଜିନିଷ କିଣିପାରିବେ ।

କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁ ଗଣେଶ, ମା’ଲକ୍ଷ୍ମୀଙ୍କ ରୁପାର ଟଙ୍କା କିଣିବା ଶୁଭଙ୍କର ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ସୁନା କିମ୍ବା ପିତ୍ତଳ କିଣି ପାରିବେ ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories