www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା ପାଇଁ କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ, କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନାର ପ୍ରକୋପ ପରେ ଭୁବନେଶ୍ୱର କୃଷି ଭବନରେ ବିଭାଗ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା ଜିଲାରେ ୨୩ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏଠାରେ ରାଜକନିକା, ଆଳି ଓ ମହାକାଳପଡା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି। ସେହିପରି ଭଦ୍ରକ ଜିଲାରେ ୨୪,୧୧୫ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଜିଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ ଓ ଧାମନଗରରେ ଅଧିକ କ୍ଷତି ଘଟିଛି। ବାଲେଶ୍ୱର ଜିଲାରେ ୩ହଜାର ୧୪୦ ହେକ୍ଟର, ମୟୂରଭଞ୍ଜ ଜିଲାରେ ୨୩ଶହ ୮୧ ହେକ୍ଟର ଜମି ବର୍ଷା ଯୋଗୁଁ ନଷ୍ଟ ହୋଇଛି। ଯାଜପୁରରେ ୨ହଜାର ୭୦୯ ହେକ୍ଟର, ଜଗତସିଂହପୁରରେ ୨ହଜାର ୪ଶହ ୯୮ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସମୀକ୍ଷା ବୈଠକରେ କୃଷି ସଚିବ ଅରବିନ୍ଦ ପାଢୀଙ୍କ ସହ ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହୋଇଥିବା ଜିଲାର ଜିଲ୍ଲାପାଳମାନେ ଭର୍ଚୁଆଲରେ ଯୋଡି ହୋଇଥିଲେ। କୃଷି ସଚିବ କହିଛନ୍ତି ଯେ ରାଜସ୍ୱ ଓ କୃଷି ଅଧିକାରୀମାନେ ମିଳିତ ଭାବେ କ୍ଷୟକ୍ଷତି ଗଣନା କରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories