ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ସେଣ୍ଟ ଜାଭିୟର୍ସ ପ୍ରସ୍ତୁତ

କଟକ: ବାରବାଟି ଷ୍ଟାଡିୟମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ପରିଚାଳକ ସଂଘ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବାତ୍ୟା ପ୍ରଭାବିତଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଶୁଖିଲା ଖାଦ୍ୟ, ଦରି, ଜରି ଇତ୍ୟାଦି ଠୁଳ କରାଯାଇଛି। ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ସ୍ତରରେ ଯାଇ ବାତ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତେ ମତ ପ୍ରଦାନ କରିଛନ୍ତି। ଓଡ଼ିଶା ଏକ ବାତ୍ୟା ପ୍ରପୀଡିତ ଅଞ୍ଚଳ ହୋଇଥିବାରୁ ଏଠାରେ ବାତ୍ୟାକୁ ସାମ୍ନା କରିବାକୁ ସବୁ ଜନସାଧାରଣ ପ୍ରସ୍ତୁତ ଥାଆନ୍ତି। ତେଣୁ ବିଦ୍ୟାଳୟ ମଧ୍ୟ ଏ ଦିଗରେ ପଛରେ ପଡ଼ିନାହିଁ। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ ପରିଚାଳନା କରାଯିବାର ବ୍ୟବସ୍ଥା କରାଯାଇଛି।

Comments are closed.