www.samajalive.in
Sunday, December 7, 2025
14.1 C
Bhubaneswar

ଅପପୁଷ୍ଟିର ମୁକାବିଲା ପାଇଁ ୟୁନିସେଫ ପକ୍ଷରୁ ଗଣମାଧ୍ୟମ କର୍ମଶାଳା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶିଶୁ ଓ ମହିଳା ମାନଙ୍କ କ୍ଷେତ୍ରରେ ଅପପୁଷ୍ଟି ସମସ୍ୟା ଚିନ୍ତାଜନକ ରହିଛି। ଏହି ପରିପ୍ରେକ୍ଷୀରେ ୟୁନିସେଫ୍ ଏହାର ପ୍ରତିକାର ପାଇଁ ସ୍ବତନ୍ତ୍ର ଯୋଜନା ହାତକୁ ନେଇଛି। ଏ ଉପଲକ୍ଷେ ୟୁନିସେଫ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ସହଯୋଗରେ କନ୍ଧମାଳ ଜିଲ୍ଳାରେ ଅତିଶୟ ପୃଷ୍ଟିହୀନତାଶ ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ଗଣମାଧ୍ୟମ କର୍ମଶାଳାର ଆୟୋଜନ କରାଯାଇଛି। ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ତଥା ଅପପୃଷ୍ଟିର ମୁକାବିଲା ପାଇଁ ସମ୍ପ୍ରଦାୟର ଯୋଗଦାନରେ ଗଣମାଧ୍ୟମର ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା ସାମ୍ ପରିଚାଳନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଏହାକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଗଣମାଧ୍ୟମର ସହଯୋଗ ଆହ୍ବାନ କରିଥିଲେ।ସମ୍ପ୍ରଦାୟ ଭିତ୍ତିକ ହସ୍ତକ୍ଷେପ, ଅଙ୍ଗନବାଡି କେନ୍ଦ୍ରକୁ ମଜବୁତ କରିବା ଏବଂ ପୋଷଣ କାର୍ଯ୍ୟକ୍ରମଗୁଡିକ ଅସୁରକ୍ଷିତ ପିଲାମାନଙ୍କ ପାଖରେ ପହଂଚାଇବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ୟୁନିସେଫ୍ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଅପପୁଷ୍ଟି ଏବଂ ସାମ୍ ପରିଚାଳନା ଉପରେ ଗୁରୁତ୍ୱାରୋପ କରି ଏହା ପ୍ରଭାବଶାଳୀ କ୍ଷୁଧା ଦୂର କରିବା ସହ ସାମଗ୍ରିକ ସ୍ୱାସ୍ଥ୍ୟ, ପରିମଳ ଏବଂ ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆଣିବ ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାରେ ଜୀବନ ରକ୍ଷା କରିବା ଏବଂ ଭବିଷ୍ୟତ ପାଇଁ ସୁସ୍ଥ, ଶକ୍ତିଶାଳୀ ସମ୍ପ୍ରଦାୟ ଗଠନ କରିବା ଆମର ଲକ୍ଷ୍ୟ ବୋଲି ସେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସ୍ୱାସ୍ଥ୍ୟ ବିଭାଗର ପ୍ରସନ୍ନ ତ୍ରିପାଠୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପରିଚାଳକ ମନୋ ରଂଜନ ସାହୁ, ୟୁନିସେଫର ସାରଦା ଲାହାଙ୍ଗି ପ୍ରମୁଖ ବିିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେହିଭଳି ୟୁନିସେଫ୍ ପ୍ରତିନିଧିମାନେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଏଭଳି କର୍ମଶାଳା କନ୍ଧମାଳରେ ଶିଶୁ ଏବଂ ମା ମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ସହାୟକ ହେବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ମତ ରଖିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories