www.samajalive.in
Thursday, December 11, 2025
15.1 C
Bhubaneswar

ଜିପିଡିଏଫ୍ ପ୍ରସ୍ତୁତି ନିମନ୍ତେ ସ୍ୱତନ୍ତ୍ର ଗ୍ରାମସଭା

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସାପ୍ତାହିକ ବଜାର ମିଶନ କାଫେ ସ୍ଥିତ ବୈଠକ ଗୃହ ଠାରେ ଲାଞ୍ଜିଗଡ଼ ପଞ୍ଚାୟତ ପକ୍ଷରୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜି.ପି.ଡି ଏଫ୍) ୨୦୨୫-୨୬ର ପ୍ରସ୍ତୁତି ଅବସରରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଆଲୋଚନା କରାଯାଇଥିଲା। ଏହା ସହ ଆବସକୀୟ ବାର୍ଷିକ ଉନ୍ନୟନ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଲାଞ୍ଜିଗଡ଼ ପଞ୍ଚାୟତ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ଼ ନାଏବ ସରପଞ୍ଚ ହରେକୃଷ୍ଣ ତାଣ୍ଡି ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାହି ଅଧିକାରୀ ଭୀଷ୍ମ ମେହେର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ୱାଡ଼ ସଭ୍ୟ/ ସଭ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ବେଛାସେବୀ ଅନୁଷ୍ଠାନ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଏହି ସ୍ୱତନ୍ତ୍ର ଗ୍ରାମ ସଭାରେ ଲାଞ୍ଜିଗଡ଼ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ। ସେହିପରି ପ୍ରଥମ ପର୍ଯ୍ୟାୟରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ୨୬ ଗୋଟି ପଞ୍ଚାୟତ ମଧ୍ୟରୁ ଲାଞ୍ଜିଗଡ଼ ସମେତ ୯ ଗୋଟି ପଞ୍ଚାୟତ ଜଗନ୍ନାଥ ପୁର, ବିଶ୍ଵନାଥପୁର, ବସନ୍ତ ପଡା, ଲାଞ୍ଜି,ମାଲିଯୁବାଙ୍ଗ, ବେଢ଼ାଗାଁ, କୁମଖାଲ, କଦମଗୁଡା, ଲାଞ୍ଜିଗଡ ରୋଡ଼ ଠାରେ ମଧ୍ୟ ଏହି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories