ବାତ୍ୟା ଆଳରେ ଦରଦାମ ବୃଦ୍ଧି, ଲୁଟୁଛନ୍ତି ବ୍ୟବସାୟୀ

ଅଭିଯୋଗ ପରେ ଯୋଗାଣ ବିଭାଗର ଚଢ଼ାଉ,ବ୍ୟବସାୟୀଙ୍କୁ ତାଗିଦ୍

ଗୋପାଳପୁର: ବାତ୍ୟା ‘ଦାନା’କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିବା ବେଳେ କଳାବଜାରୀ ଙ୍କ ଦାଉ ମଧ୍ୟ ବଢ଼ିବାରେ ଲାଗିଛି।ଏହି କ୍ରମରେ ରଣ୍ଢା ସମେତ କନିଷି ଓ ଅନ୍ୟାନ୍ୟ ବଜାର ମାନଙ୍କ ରେ ହଠାତ ଆଳୁ ଓ ପିଆଜ ସମେତ ଅନ୍ୟାନ୍ୟ ପରିବା ସାମଗ୍ରୀ ର କଳାବଜାରୀ ବଢିବା ସହ ବେପାରୀ ମାନେ ମଧ୍ୟ ଚଢା ଦରରେ ବିକ୍ରି କରିବା ନେଇ ଅଭିଯୋଗ ହୋଇ ଆସୁଥିଲା।
ଏହି କ୍ରମରେ ଆଜି  ଏସିଏସଓ ସକେଲେଶ୍ୱର ଦାସ, ସଦର ଏସିଏସଓ ଲକ୍ଷ୍ମଣ ରାଓ, ଗୁପ୍ତ ବଜାର ନିରୀକ୍ଷକ ରଞ୍ଜନ କୁମାର ସେଠୀ, ବ୍ଲକ ଯୋଗାଣ ଅଧିକାରୀ ସମ୍ବିତ ପ୍ରସାଦ ଦାସ ପ୍ରମୁଖ ଅଚାନକ ରଣ୍ଢା ପରିବା ମଣ୍ଡି ରେ ଚଢ଼ାଉ କରି ଷ୍ଟକ୍ ଯାଞ୍ଚ ସହ ଦର ଚାର୍ଟ ଦୋକାନ ସମ୍ମୁଖରେ ଟାଙ୍ଗୀ ବାକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ଭୟରେ ଦୈନନ୍ଦିନ ଖାଉଟି ସାମଗ୍ରୀ ମିଳିବ କି ନାହିଁ ଏହି ଆଶଙ୍କାରେ ଲୋକମାନେ ପନିପରିବା ଏବଂ ରାସନ ସାମଗ୍ରୀ  ଆଳୁ, ପିଆଜ, ପରିବା ସହ ଅଟା, ସୁଜି, ଚିନି କ୍ରୟ କରିବା ପାଇଁ ଅଧିକାଂଶ ଲୋକ ଏବେ ବଜାର ମୁହାଁ ହୋଇଛନ୍ତି,ଏହାର ସୁଯୋଗ ନେଇ କିଛି ଖଳପ୍ରକୃତିର ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି କରିଛନ୍ତି ,ଏହା ଯୋଗୁଁ ସାଧାରଣ ଜନତା ଏବେ ଏହାର ଶିକାର ହେଉଛନ୍ତି।
ବଜାରରେ ଏବେ କେତେକ ସ୍ଥାନରେ ଆଳୁ, ପିଆଜ ଉଭାନ ହୋଇ ଯାଇଥିବା ବେଳେ ପନିପରିବା ଦର ଏବେ ଉଚ୍ଚା ଦରରେ ବିକ୍ରି ହେଉଛି, ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଦେଖା ଦେଇଥିବାରୁ ମଙ୍ଗଳବାର ଦିନ ଆଳୁ କିଲୋ ପିଛା ଥିଲା ୩୨ ଟଙ୍କା ଥିବା ବେଳେ ବୁଧବାର ଏହା ୪୦ ରୁ ୪୫ ଟଙ୍କାରେ ପହଞ୍ଚି ଯାଇଛି। ପିଆଜ ୬୦ରୁ ୭୦ରେ  ପହଞ୍ଚି ଯାଇଛି। ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦରଦାମ ଲଗାତର ବଢି ଚାଲିଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ଆଳରେ ଦର ଆହୁରି ହୁ ହୁ ବଢିଛି । ସ୍ଥିତି ଏମିତି ହୋଇଛି ଯେ ସାଧାରଣ ଲୋକେ ଖାଉଟି ସାମଗ୍ରୀରେ ହାତ ମାରିବା ସମ୍ଭବ ହୋଇପାରୁନାହିଁ ।ଦରଦାମ ବୃଦ୍ଧି ନିୟନ୍ତ୍ରଣ ସହିତ କଳାବଜାରୀ ରୋକିବାକୁ  ସରକାରଙ୍କ ନିକଟରେ ଗ୍ରାହକ ମାନେ ଦାବି ଜଣାଇଛନ୍ତି।

Comments are closed.