ନିଲଡୁଙ୍ଗୁରୀରେ କାରଖାନା ପାଉଁଶ ପକାଇବାକୁ ବିରୋଧ; କବରାପାଲି ଓ ବାହାମ ପଞ୍ଚାୟତ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର 

ସମ୍ବଲପୁର: କବରାପାଲି ଗ୍ରାମ ପଞ୍ଚାୟତରେ କାରଖାନା ପାଉଁଶ ପକାଇବା ବିରୋଧରେ ଲୋକଙ୍କ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ବୁଧବାର ଏନେଇ କବରାପାଲି ପଞ୍ଚାୟତ ବାସିନ୍ଦା ଏବଂ ବାହାମ ପଞ୍ଚାୟତର ସରପଞ୍ଚ ପୃଥକ ଭାବେ ଜିଲାପାଳଙ୍କୁ ବିରୋଧ ପତ୍ର ପ୍ରଦାନ କରିଛନ୍ତି ।  କିଛି ଦିନ ତଲେ ଯୁଯୋମୁରା ତହସିଲଦାର ନୀଲଡୁଙ୍ଗୁରୀ ଯାଇ ଅଭିଯୋଗ ନେଇ ତଦନ୍ତ କରିବା ସହ ଲୋକଙ୍କ ମତାମତ ଲିଖତ ଭାବେ ପ୍ରଶାସନକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୁଧବାର କବରାପାଲି ପଞ୍ଚାୟତର ସମିତି ସଭ୍ୟା ବନିତା ଓରାମଙ୍କ ନେତୃତ୍ୱରେ ପଞ୍ଚାୟତର କୁଟୁରାଯୋରୀ, କବରାପାଲି, ନୀଲଡୁଙ୍ଗୁରୀ ଆଦି ଗ୍ରାମରୁ ମହିଳା ଏବଂ ପୁରୁଷ ମାନେ ଜିଲାପାଳଙ୍କୁ ଭେଟି ପାଉଁଶ ପକାଇବା ନେଇ ଲୋକଙ୍କ ଦସ୍ତଖତ ସମ୍ମିଲିତ ପ୍ରତିବାଦ ପତ୍ର ପ୍ରଦାନ କରିଥିଲେ ।

ପାଉଁଶ ପକାଯିବାକୁ ଥିବା ସ୍ଥାନ ନିକଟରେ ଚାଷ ଜମି ରହିଥିବାରୁ ସେମାନଙ୍କ ଚାଷ ପ୍ରଭାବିତ ହେବା ନେଇ ଲୋକେ ଆଶଙ୍କା ପ୍ରକାଶ କରିଥିଲେ କ୍ଷ ବିଷାକ୍ତ ଦ୍ରବ୍ୟ ଖାଇ ବହୁ ସଂଖ୍ୟାରେ ଲୋକେ କର୍କଟ ରୋଗରେ ପଡୁଥିବା ବେଳେ କାରଖାନା ପାଉଁଶ ପକାଗଲେ, ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟୀ ହେବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଥିଲେ । ପାଉଁଶ ପକାଇବା ପାଇଁ ଚିହ୍ନଟ ସ୍ଥାନରେ ରହିଥିବା ଗାଡିଆରୁ ପାଣି ଅଭାବ ହେଲେ ଚାଷ ପାଇଁ ଜଳସେଚନ କରାଯାଉଥିବା କହିଥିଲେ ।

ପାଉଁଶ ପକାଗଲେ ସେହି ଗାଡିଆ ପୋତି ହୋଇ ଚାଷ ପ୍ରଭାବିତ ହେବ ବୋଲି ଚାଷୀ ମାନେ ଅଭିଯୋଗ କରିଥିଲେ। ନୀଲଡୁଙ୍ଗୁରୀରେ ପାଉଁଷ ପକାଯିବାକୁ ଦୃଢ ବିରୋଧ କରିବା ସହ ସେହି ସରକାରୀ ଜମିରେ ପ୍ରଥମେ ମାର୍କେଟ ଟର୍ମିନାଳ ନିର୍ମାଣ କରିବାକୁ ଦାବି କରିଥିଲେ । ଏହା ପରେ ବଳକା ଜମିରେ ସ୍ଥାନିୟ ଲୋକଙ୍କ ସହ ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟ ସମସ୍ୟା ଦୁର କରିବା ପାଇଁ ରାଜ୍ୟର ଦ୍ୱିତିୟ ଏମସ ସ୍ଥାପନ କରିବାକୁ ଲୋକେ ଦାବି କରିଥିଲେ।  ସେଠାରେ ରାଜ୍ୟର ଦ୍ୱିତିୟ ଏମ୍ସ ସ୍ଥାପନ ହେଲେ ବିଭିନ୍ନ ଜିଲାକୁ ଯାତାୟତ ସୁବିଧା ସହ ଅଞ୍ଚଲର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସହାୟକ ହେବ ବୋଲି ଅଞ୍ଚଳବାସୀ ଦାବି କରିଥିଲେ।

ଜିଲାପାଳଙ୍କୁ ଦାବି ପତ୍ର ଦେବା ଅବସରରେ କବରାପାଲି ଗ୍ରାମପଞ୍ଚାୟତର ସମିତି ସଭ୍ୟାଙ୍କ ସହ ପଞ୍ଚାନନ ବାଡା, ମୀନା ଖଡିଆ, ଦିପାଞ୍ଜଲୀ ଯୌଡା, ରୀତା ଯୌଡା, ରୀନା ଟେଟେ, ମୀନା ଖଡିଆ, ଉପମା ଯୌଡା, ରୁପାନୀ ଯୌଡା ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ କ୍ଷ ସେହିପରି ବାହାମ ସରପଞ୍ଚ ସରସ୍ବତୀ ଭୁସାଗରଙ୍କ ନେତୃତ୍ୱରେ ବାହାମ ଗ୍ରାମପଞ୍ଚାୟତ ପକ୍ଷରୁ ମଧ୍ୟ ଜିଲାପାଳଙ୍କୁ ନୀଲଡୁଙ୍ଗୁରୀରେ କାରଖାନା ପାଉଁଶ ପକାଇବାକୁ ତିବ୍ର ବିରୋଧ କରାଯାଇଛି ସରପଞ୍ଚଙ୍କ ସହ ପାଉଁଶ ଯୋଗୁଁଁ କ୍ଷତିଗ୍ରସ୍ତ ପରିବାର ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବାହାମ ସରପଞ୍ଚ ମଧ୍ୟ ନୀଳଡୁୂଙ୍ଗୁରୀରେ ରାଜ୍ୟର ଦ୍ୱିତିୟ ଏମସ ସ୍ଥାପନ ନେଇ ଦାବି କରିଛନ୍ତି ।

 

Comments are closed.