ଆତଙ୍କିତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାତ୍ୟାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ଏହାର ମୁକାବିଲା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରି କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ବାତ୍ୟା ପରିଚାଳନାକୁ ସରକାର ଅତି ଗୁରୁତର ସହ ନେଇଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟରେ ଦିନ ରାତି ମନିଟରିଂ ଚାଲିଛି। ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକ ପାଇଁ ବ୍ୟବସ୍ଥା ହୋଇଛି। ମନ୍ତ୍ରୀମାନଙ୍କୁ ଜିଲା ଦାୟିତ୍ଵ ବଣ୍ଟାଯାଇଛି। ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା ୩୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। ଗୁରୁବାର ପୂର୍ବାହ୍ନ ୧୧ଟା ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।

Comments are closed.