ସରୁନି ରାସ୍ତା ମରାମତି, ଘଟୁଛି ଦୁର୍ଘଟଣା

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ସର୍ଭିସ ରୋଡ଼ର ମୁଖ୍ୟ  ଗଳାବାଟ ଦୁଇପାର୍ଶ୍ଵ ଓ ପାଟଣା ରାସ୍ତାର ପ୍ରବେଶ ପଥର ୪ଟି ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିଲା । ଏପରିକି ଖାଲ ଭିତରୁ ବିଦ୍ୟୁତ କେବୁଲ ମଧ୍ୟ ବାହାରି ପଡ଼ିଥିବାରୁ ଏହାରି ଉପର ଦେଇ ଭାରୀଯାନ ଚଳାଚଳ ଦ୍ୱାରା କେବୁଲ ଫାଟି ବିପଦଜନକ ଅବସ୍ଥା ସୃଷ୍ଟି ହୋଇଥିଲା । ଏ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବାପରେ କର୍ତ୍ତୃପକ୍ଷ ଫଟା ବିଦ୍ୟୁତ କେବୁଲ ବଦଳାଇବା ସହ ଖାଲ ଗୁଡିକରେ ପଥର ଗୁଣ୍ଡ ଓ ଚିପ୍ସ ପକାଇ ଦେଇଛନ୍ତି। ପୂର୍ବ ଅବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିଲେ ମଧ୍ୟ ଯେଉଁ ଖାଲ ଗୁଡିକରେ ଗୋଡି ପଡିଛି ସେହି ସ୍ଥାନରେ ବାଇକ, ସ୍କୁଟି ,ସାଇକେଲ ସ୍ଲିପ ମାରୁଥିବାରୁ ଛୋଟ ଛୋଟ ଦୁର୍ଘଟଣା ଘଟୁଛି । ଭାରିଯାନ ଚକା ମାଡ଼ରେ ଗୋଡି ଛିଟିକି ଲୋକଙ୍କ ଦେହରେ ଗୁଳି ଭଳି ବାଜୁଛି। ଗଳା ପୋଲର ଦୁଇ ପାର୍ଶ୍ଵ ଏହି ସବୁ ସ୍ଥାନରେ ପିଚୁ କରାଯିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Comments are closed.