ପୋଖରୀରେ‌ ବୁଡି ପୁଅ-ଝିଅ ସହ ମା’ ମୃତ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ବଡ଼ ମସିଣାବିଲା ପଞ୍ଚାୟତ ପାଣୁପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗାଧୋଇବାବେଳେ ପୋଖରୀର ଗଭୀର ପାଣି ବୁଡି ପୁଅ ଝିଅ ସହ ମା’ର ମୃତ୍ୟୁ ଘଟିଛି। ମୃତକ ପବନା ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼ ଓ ୭ ବର୍ଷର ପୁଅ ମିଥୁନ ଓ ୫ ବର୍ଷର ଝିଅ ସୁନୁକା ମହାକୁଡ଼। ଆଜି ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଦୁଇ ପୁଅ ଝିଅକୁ ନେଇ ମା’ କାମିନୀ ଗାଧୋଇବା ପାଇଁ ଯାଇଥିଲେ। ମା’ ଲୁଗା ସଫା କରିବା ସମୟରେ ପୁଅ ଝିଅ ପୋଖରୀର ଗଭୀର ପାଣିରେ ବୁଡି ଯାଉଥିବା ଦେଖି ମା ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗଭୀର ପାଣିରେ ବୁଡି ଜୀବନ ହରାଇଛନ୍ତି।

ନିକଟରେ ଥିବା ଛୋଟ ପୁଅଟି ଘରକୁ ଫେରି ଆସି ଜେଜେମାକୁ ଜଣାଇବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବହୁ ଉଦ୍ୟମ କରି ପୋଖରୀ ଭିତରୁ ମୃତ ଅବସ୍ଥାରେ ମା’ ଓ ତାଙ୍କ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ୧୦୮ ପହଞ୍ଚି ସମସ୍ତ ମୃତଦେହକୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି। ଏନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଗାଁ ପୁଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାଟଣା ପଠାଇଛି।

Comments are closed.